ବ୍ରହ୍ମପୁର,୨୦ା୧(ହିମାଂଶୁ ପାଢୀ) : ନିଜ ସ୍ତ୍ରୀ ର ବେକ ଉପରେ ଶାବଳ ପକାଇ ମାରିଦେବା ପରେ ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ ହାଣି ନୃଶଂସ ଭାବେ ହତ୍ୟା କଲା ନରହନ୍ତା ସ୍ୱାମୀ, ଏହି ଭଳି ଏକ ଲୋମ ହର୍ଷଣକାରୀ ଘଟଣା ଘଟିଥିବା ଜଣାପଡିଛି | ପ୍ରାପ୍ତ ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ପଥରା ପଂଚାୟତର କେନ୍ଦ୍ରାପଡା ସାହିର ଭିକାରି ବେହେରା (୬୦) ନିଜର ଧର୍ମପତ୍ନୀ ତଥା ୬ଟି ପିଲାର ଜନନୀ ସେରନ୍ତି ବେହେରା(୫୦ଙ୍କ ମଧ୍ୟରେ କୌଣସି କାରଣରୁ ପାରିବାରିକ କଳହକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା | ତେବେ ଉତ୍ୟକ୍ତ ସ୍ୱାମୀ ଭିକାରି ତା ଧର୍ମପତ୍ନୀ ଘରେ ଶୋଇଥିବାବେଳେ ତା ବେକ ଉପରେ ଶାବୁଲ ଦେଇ ଚଢି ଯାଇଥିଲା | କାଳେ ବଞ୍ଚିଯିବ ଭାବି ଧାରୁଆ ଅସ୍ତ୍ର ସାହାଯ୍ୟରେ ଶରୀରର ବିଭିନ୍ନ ଅଂଶକୁ ଖଣ୍ଡ ଖଣ୍ଡ କରି କାଟିପକାଇଥିଲା | ତେବେ ପଡ଼ୋଶିମାନେ ମହିଳାଙ୍କ ଚିତ୍କାର ଶୁଣି ଘର ଭିତରକୁ ଦୌଡ଼ି ଯିବାବେଳେ ଭିକାରି ବେହେରା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା | ତେବେ ପରିବାର ଲୋକମାନେ ସେରେନ୍ତୀଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭର୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି | ଆସାମୀ ଭିକାରି ବେହେରାର ୨ ଗୋଟି ଝିଅ ଓ ୪ ଗୋଟି ପୁଅ ଅଛନ୍ତି | ତେବେ ଭିକାରି ବେହେରା ଓ ଶେରେନ୍ତୀ ବେହେରା କେନ୍ଦ୍ରାପଡାସାହିରେ ଏକ ଭିନ୍ନକ୍ଷମ ପୁଅକୁ ଧରି ରହି ଆସୁଥିଲେ | ଅନ୍ୟ ୩ଗୋଟି ପୁଅ ବାହାରେ ଥିବାବେଳେ ୨ ଗୋଟି ଝିଅ ବିବାହ ହୋଇଯାଇଛନ୍ତି | ତେବେ ହତ୍ୟାକାଣ୍ଡର ଠୋସ ତଥ୍ୟ ଏବେ ବି ଅସ୍ପଷ୍ଟ ଥିବାବେଳେ ଖଲ୍ଲିକୋଟ ଥାନାଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଓ ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ କେନ୍ଦ୍ରାପଡା ଯାଇ ତଦନ୍ତ ଚଲାଇଥିବାବେଳେ ହତ୍ୟାକାରୀ ଭିକାରୀଙ୍କୁ ଠାବ କରିବା ପାଇଁ ପୋଲିସ ତନାଘନା ଉଦ୍ୟମ ଜାରି ରଖିଥିବା ଜଣାପଡିଛି

















