ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

163
ADVERTISEMENT

ହିଞ୍ଜିଳିକାଟୁ, ୨୭/୬(ଶେଷଦେବ ସାହୁ): ଗୁରୁବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ୨ୟ ପର୍ଯ୍ୟାୟ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ ଶିବିରରେ ପ୍ରଶିକ୍ଷଣଦାତା ଭାବେ ଗଞ୍ଜାମ ଜିଲ୍ଲା ପରିମଳ ସୁବିଜ୍ଞ ତଥା ସଂଯୋଜକ ଝଲକ ଦାଶ ଯୋଗଦେଇ ଉପସ୍ଥିତ କର୍ମଚାରୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ । ପୌର ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିବା ସବୁଜ, ନୀଳ ଓ ଲାଲ ରଙ୍ଗର ବାଲଟିରେ ପୃଥକ ପୃଥକ ଭାବେ ଶୁଖିଲା, ଆଦ୍ର ଓ କାଚ-ପ୍ଳାଷ୍ଟିକର ଭଗ୍ନାବଶେଷକୁ ରଖି ଆର୍ବଜନା ସଂଗ୍ରହ ଗାଡ଼ି କିମ୍ବା ବିଭିନ୍ନ ସାହି ବସ୍ତିରେ ରଖାଯାଇଥିବା ଡ଼ଷ୍ଟବିନରେ ପକାଇବାକୁ ଅନୁରୋଧ କରାଯାଇଥିଲା । ପ୍ରତ୍ୟେକ ଘର ଘର ବୁଲି ସଂଗ୍ରହ କରାଯାଉଥିବା ଆର୍ବଜନାକୁ କିଭଳି ମୂଳ ବସ୍ତୁରେ ପରିବର୍ତ୍ତନ କରି ଆଉ ଥରେ ବ୍ୟବହାର ସାପେକ୍ଷ କରାଯାଇପାରିବ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଘର ଘର ବୁଲି ପ୍ରଚାର ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । କାର୍ଯ୍ୟକ୍ରମ ଶେଷରେ ପୌର ପରିଷଦ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ଝାଡ଼ୁଦାର ଓ ପରିମଳ ବିଭାଗୀୟ କର୍ମଚାରୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା ।

ଉକ୍ତ ପ୍ରଶିକ୍ଷଣ ଶିବିରରେ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, କମ୍ୟୁନିଟି ଅରଗାନାଇଜର ସନ୍ଧ୍ୟା ରାଣୀ ପଟ୍ଟନାୟକ, ପରିମଳ ମାର୍ଗଦର୍ଶକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ଜମାଦାର ରବି ମହାଙ୍କୁଡ଼, ପୌର ପରିଷଦର କର୍ମଚାରୀ କୈଳାଶ ଚନ୍ଦ୍ର ସାବତ, ବିବେକାନନ୍ଦ ମହାପାତ୍ର, ଅଶ୍ୱିନୀ ନାୟକ, କିଶାନ କୁମାର ପାତ୍ର, ଅଭିରାମ ସାହୁ, ଭାସ୍କର ସାହୁ, ଲାଲ ମୋହନ ସେଠୀ, ରାମକୃଷ୍ଣ ପାତ୍ର, ରବି ନାରାୟଣ ପଣ୍ଡା, ମୋହନ ରାଓ ଆଚାରୀଙ୍କ ସମେତ ପୌର ପରିଷଦର ସମସ୍ତ କର୍ମଚାରୀ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିଲେ ।

Advertisement