Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଏକ ନବ ଜାତ ଶିଶୁର ମୃତ ଦେହ ଠାବ

ଏକ ନବ ଜାତ ଶିଶୁର ମୃତ ଦେହ ଠାବ

366
ADVERTISEMENT

ଦିଗପହଣ୍ଡି,୧୯/୧(ସୁନୀଲ ସାହୁ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ଶୁଣ୍ଢିପଲ୍ଲୀ ଆମ୍ବ ଗାଁ ରାସ୍ତା କଡରୁ ଶନିବାର ପୂର୍ବାହ୍ନ ପ୍ରାୟ ୧୦ ଘଣ୍ଟ ସମୟରେ ଏକ ନବ ଜାତ ଶିଶୁର ମୃତ ଦେହ ଠାବ କରାଯାଇଛି । ସ୍କୁଲ ପିଲାମାନେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ବେଳେ ଘଟଣା ପ୍ରଘଟ ହୋଇଥିଲା । ଖବରପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ ଘଟଣା ସ୍ଥଳରେ ପହଞ୍ଚି ନବଜାତ ଶିଶୁର ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିବା ବେଳେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଯଦି ତଦନ୍ତ ହୁଏ ତେବେ ବହୁ ଲୁକ୍କାୟିତ ତଥ୍ୟ ଉନ୍ମୋଚନ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଲିଙ୍ଗଭେଦ ଦୂର କରିବା ଏବଂ ଲିଙ୍ଗ ନିରୂପଣ କରିବା ଓ ଭୃଣ ହତ୍ୟା କରିବା ସମସ୍ତ ଦଣ୍ଡନୀୟ ଅପରାଧ ଅଟେ । ସରକାରଙ୍କ ତରଫରୁ ସଚେତନତା କରାଯାଉଥିଲେ ହେଁ ଏଭଳି ଅମାନବୀୟ ଘଟଣା ମାନ ଦେଖିବାକୁ ମିଳୁଛି । ଦିଗପହଣ୍ଡି ଅଞ୍ଚଳରେ ରହିଥିବା ବେଆଇନ କ୍ଳିନିକ୍ ଓ ନର୍ସିଂ ହୋମ୍ ମାନଙ୍କରେ ଅବୈଧ ଗର୍ଭପାତ ଏବଂ ଲିଙ୍ଗ ନିରୂପଣ ଆଦି କରାଯାଉଥିବା ହେତୁ ଭୃଣ ଗୁଡିକର ହତ୍ୟା କରି ଏଭଳି ଭାବେ ଫୋପଡା ଯାଉଥିବା ନେଇ ସାଧାରଣରେ ସନ୍ଧେହ କରାଯାଉଛି।

Advertisement