Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ମହାରାଜା ଗୋପୀନାଥ ଗଜପତିଦେଵଙ୍କ ଦଷାଦିବସରେ ଅବସରରେ ଶ୍ରଦ୍ଧାଞ୍ଜଳି ସମାରହ

ମହାରାଜା ଗୋପୀନାଥ ଗଜପତିଦେଵଙ୍କ ଦଷାଦିବସରେ ଅବସରରେ ଶ୍ରଦ୍ଧାଞ୍ଜଳି ସମାରହ

435
ADVERTISEMENT

ପାରଳାଖେମୁଣ୍ଡି,୧୯/୧(ସାହେବ ନାୟକ ) :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ୩ନ ୟାର୍ଡ ଅନ୍ତର୍ଗତ ସଦରାମ ବନ୍ଧ ଛକ ଠାରେ ଆଜି ପାରଳା ମହାରାଜା ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ଗୋପୀନାଥ ଗଜପତିଦେଵଙ୍କ ଦଷାଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ସମାରହ ପାଳନ କରାଯାଇଛି । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସ୍ଥାନୀୟ ବରିଷ୍ଠ ନାଗରିକ ତଥା ପୂର୍ବତନ କାଉନସଲର ରାମ ଚନ୍ଦ୍ର ମହାପାତ୍ର ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଛା ,ପୂର୍ବତନ କାଉନସଲର ଶ୍ରୀମତୀ ଖଗେଶ୍ୱରୀ ବେହେରା ,ବିଜେଡି ନଗର ସଭାପତି ସୂର୍ଯ୍ୟନାରାୟଣ ରାଜୁଗୁରୁ,ସାମ୍ବାଦିକ ତଥା କଂଗ୍ରେସ ସେବାଦଲ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା ,ବିଜୟ ପ୍ରଧାନ ,ନରେଶ ମହାରଣା ଅରୁଣ କୁମାର ପାତ୍ର, ପ୍ରଫୁଲ କୁମାର ପାତ୍ର, ଗୋବିନ୍ଦ ପ୍ରସାଦ ସାବତ ସମେତ ସ୍ଥାନୀୟ ବହୁ ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ରହି ମହାରାଜାଙ୍କ ଫୋଟରେ ପୁଷ୍ପମାଲ୍ୟା ଅର୍ପଣ କରିଥିଲେ । ସ୍ଥାନୀୟ ବରିଷ୍ଠ ନାଗରିକ ମାନେ ତାଙ୍କ ଅଭିଭାଷଣରେ ମହାରାଜାଙ୍କ ଗଜପତି ଜିଲ୍ଲାରେ ଅବଦାନ ବିଷୟ ଜଣାଇଥିଲେ ।

Advertisement