Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଟାଙ୍ଗଣା ପଲ୍ଲୀ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଟାଙ୍ଗଣା ପଲ୍ଲୀ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

328
ADVERTISEMENT

ବ୍ରହ୍ମପୁର,୧୯/୧(ହିମାଂଶୁ ପାଢୀ) : ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଶନିବାର ଦିନ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା କୁମାରୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁରର ମାନ୍ୟବର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟସରକାଙ୍କ ନାରୀଶିକ୍ଷା ଯୋଜନାର ରୂପରେଖ ଉପରେ ମତ ଦେଇ ଛାତ୍ରୀମାନେ ନିଜକୁ ଭଲ ମଣିଷ ହେବାପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ୍:ଧନଞ୍ଜୟ ରେଡି ଯୋଗଦେଇ ଛାତ୍ରୀମାନେ ପାଠ ପଢାସହ ଖେଳ କସରତରେ ବି ଧ୍ୟାନଦେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତାରୂପେ ବିଦ୍ୟଳୟର ପ୍ରତିଷ୍ଠାତା ସଂପାଦକ ତଥା ରାଜ୍ୟପୁରସ୍କୃତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ଯୋଗଦେଇ ଗୁରୁ ଓ ଗୁରୁଜନଙ୍କ ଆଶିର୍ବାଦ କେବେ ବ୍ୟର୍ଥ ଯାଏନି କହି ସେମାନଙ୍କୁ ଭକ୍ତି ଓ ସମ୍ମାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ସ୍ଥାନୀୟ ସରପଞ୍ଚ କୁମାରୀ ପ୍ରଧାନ ,ପୂର୍ବତନ ସରପଞ୍ଚ ବି:ସୁଦାମ,ଧୃବଚରଣ ସେଠୀ, ସି ଆର୍ ସି-ଉଷାରାଣୀ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉଦ୍ ବୋଧନ ଦେଇଥିଲେ। ଶିକ୍ଷୟିତ୍ରୀ ରଶ୍ମିତା ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିବା ବେଳେ ସାଗରିକା ପାଢୀ,ଜି:ବିଜୟାଲକ୍ଷ୍ମୀ,ନମିତା ଆଚାର୍ଯ୍ୟ,ନିରୂପମା ମିଶ୍ର, ଶୁଭ୍ରଚଳା ବକ୍ସି, ପ୍ରଭାସିନୀ ସାହୁ ,ସୁଧିର ସେଠୀ, ପଦ୍ମଚରଣ ଦାସ, ବିନୋଦ ମହାନ୍ତି , ମାୟା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରଥିଲେ।ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

Advertisement