Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ପୂର୍ତ୍ତବିଭାଗ ଯନ୍ତ୍ରୀଙ୍କୁ ସ୍ୱାଗତ ଓ ଦାବି ଉପସ୍ଥାପନ

ପୂର୍ତ୍ତବିଭାଗ ଯନ୍ତ୍ରୀଙ୍କୁ ସ୍ୱାଗତ ଓ ଦାବି ଉପସ୍ଥାପନ

836
ADVERTISEMENT

ବ୍ରହ୍ମପୁର,୧୯/୧(ହିମାଂଶୁ ପାଢୀ):ନୂତନ ଭାବେ ଯୋଗ ଦେଇଥିବା ପୂର୍ତ୍ତ ଓ ରୋଡ଼ ବିଭାଗ ଡିଭିଜନ -୧,ବ୍ରହ୍ମପୁର,ଗଂଜାମର ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ଶତପଥୀଙ୍କୁ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପୁର୍ବତନ ଛାତ୍ର ସଂସଦ ସଭାପତି ଶ୍ରୀ ଅଶୁତୋଷ କର ସ୍ୱାଗତ କରିଛନ୍ତି। ଶ୍ରୀଯୁକ୍ତ ଶତପଥୀ ପୂର୍ବରୁ ରାଉଲକେଲାରେ କାର୍ଯ୍ୟରତ ଥିଲେ। ଶ୍ରୀ କର ଆୟୁର୍ବେଦ ମହାବିଦ୍ୟାଳୟର ବର୍ତ୍ତମାନର କିଛି ସମସ୍ୟା ତାଙ୍କ ସାମ୍ନାକୁ ଆଣିଥିଲେ। ଯେପରିକି ଚିକିତ୍ସାଳୟର ସାମ୍ନା ଗେଟ,ନୂତନ ଛାତ୍ରାବାସ ବ୍ୟବସ୍ତା,ଶ୍ରେଣୀ ଗୃହ ବ୍ୟବସ୍ତା ଆଦି । ସମସ୍ତ ଦାବି ଶୁଣିବା ପରେ ଶ୍ରୀଯୁକ୍ତ ଶତପଥୀ ଖୁବଶୀଘ୍ର ମହାବିଦ୍ୟାଳୟକୁ ଯାଇ ଅଗ୍ରାଧିକାର ଭିତ୍ତିରେ କେଉଁ କାମ ହେବ ତାର ଆଲୋଚନା କରିବେ ବୋଲି କହିଥିଲେ।

Advertisement