Tuesday, September 29, 2026
ADVERTISEMENT
Home କୋରାପୁଟ କନେଷ୍ଟବଳ ରୁ ଓଏସ

କନେଷ୍ଟବଳ ରୁ ଓଏସ

338
ADVERTISEMENT

ଜୟପୁର,୮।୧(ଡି.ଏଚ/ସୁନୀଲ ଦାସ ) : କଥାରେ ଅଛି ଇଛାଥିଲେ ଉପାୟ ଆପେ ଆପେ ମିଳିଯାଏ। ଏହାକୁ ପ୍ରମାଣିତ କରିଦେଖାଇଛନ୍ତି, କୋରାପୁଟ ଜିଲ୍ଲା ଜୟପୁର ସହରର ପରାବେଡା ଶ୍ରୀରାମ କଲୋନୀର ଋତୁ ସିଙ୍ଗ। ଜଣେ କନଷ୍ଟେବଳରୁ OAS ପାଇଛଛନ୍ତି ଋତୁ ସିଂହ। ରାଜରାମ ସିଙ୍ଗଙ୍କର ଦ୍ୱିତୀୟ କନ୍ୟା ହେଉଛିନ୍ତି ଋତୁ ସିଙ୍ଗ। ରାଜାରାମ ନିଜ ଏକ ଗେରେଜ କରି ଆଜି ନିଜ ଝିୟକୁ OAS କରିବାରେ ସଫଳ ହେଇଛନ୍ତି । ରାଜରାମ ତିନି ଝିଅ ହୋଇଥିବା ବେଳେ ଋତୁ ହେଉଛନ୍ତି ଦ୍ଵିତୀୟ ଝିଅ ସେ ଏକା ଧାରରେ ଏକ ଭଲ କ୍ରିକେଟର ଏବଂ ଜିଲ୍ଲା ପୋଲିସର କାର୍ଯ୍ୟରତ କନେଷ୍ଟବଳ। ଛୋଟ ବେଳୁ ଓଏସ ହୋବାର ସ୍ୱପ୍ନ ଥିବା ବେଳେ ଆଜି ସ୍ବପ୍ନ ପୂରଣ ହୋଇଛି । ଏହି ସଫଳତା ପାଇଁ ନିଜ ବାପା ମା କୋରାପୁଟ ପୋଲିସ ଏବଂ ଭାଇ ଭଉଣିଙ୍କୁ ଶ୍ରେୟ ଦେଇଛନ୍ତି ଏକ କ୍ରିକେଟର ହିସାବରେ ଓଡିଶା 19 ବର୍ଷରୁ କମ ମହିଳା କ୍ରିକେଟ ଦଳରେ ବେଶ ପରିଚିତ କରିଥିବା ଋତୁ ସିଂହ (26) ଆଜି ଓଡିଶା ସିବିଲ ସର୍ଭିସ ପରୀକ୍ଷାରେ ସମୁଦାୟ218 ଜଣ କୃତିକାର୍ଯ୍ୟ ପାଇଥିବା ବେଳେ। ସେଥିରେ 72 ଜଣ ମହିଳା ରହିଛନ୍ତି । ଆଉ ଋତୁଙ୍କ ନମ୍ବର 204 ରହିଥିବା ଋତୁ ସୂଚନା ଦେଇଛନ୍ତି। ଏହି ସଫଳତା ପାଇବା ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳୀ ଯାଇଛି।

Advertisement