କୁକୁଡାଖଣ୍ଡି,୭।୧(ଡି.ଏଚ/ଇ.ରଞ୍ଜନ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଙ୍କୁ ଲୋକାଭିମୁଖୀ କରିବା ପାଇଁ କୁକୁଡାଖଣ୍ଡି ବ୍ଲକ୍ ର ପ୍ରତ୍ୟେକ ଘରକୁ ଗୋଟିଏ ଲେଖାଏଁ ନାମ ଫଳକ ପ୍ରଦାନ କରାଯାଇଛି l ଯେଉଁଥିରେ କି ବି. ପି.ଏଲ, ଚିହ୍ନଟ ସହ ଭୋଟର ଲିଷ୍ଟରେ ସୁଧାର ଆଣିବା ପାଇଁ ଏବଂ ଘର ଗଣନା ଏବଂ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରିବା ନିମନ୍ତେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ସହ ସହଯୋଗ କରିବା ଏବଂ ଫଳକ ବାବଦରେ କୋଡିଏ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଏକ ବିଜ୍ଞପ୍ତିରେ ନିବେଦନ କରିଛନ୍ତି l ଯେଉଁ ମାନେ ଏଥିରୁ ବଂଚିତ ହେବେ ସେମାନଙ୍କ ଚିହ୍ନଟ ପ୍ରକ୍ରିୟାରେ ୱାର୍ଡ ମେମ୍ବର ଏବଂ ଅଙ୍ଗନବାଡି ସହଯୋଗ କରିବେ ନାହିଁ ,ବୋଲି ସେହି ବିଜ୍ଞପ୍ତିରେ କୁହାଯାଇଛି ଯାହାକି ସାଧାରଣରେ ଅସନ୍ତୋଷ ଦେଖାଯାଇଛି l ଫଳକ ଗୁଡିକରେ ସ୍ଵଛ ଭାରତ ଅଭିଯାନ ସହ ଭୃଣ ହତ୍ୟା ଏବଂ ଏଡ୍ସ ସ୍ଲୋଗାନ ଲେଖାଯାଇ ଏହାକୁ ବ୍ୟାପକ ପ୍ରଚାର କରାଗଲେ ସାଧାରଣ ଜନତା ଉପକୃତ ହେବେ ବୋଲି ବ୍ଲକ ପ୍ରଶାସନ ନେବେଦନ କରିଥିବା ବେଳେ ଜଗଦଳପୁରରେ ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି l
















