କୋଟଗଡ,୭।୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ବ୍ଲକରେ ଆଜିକୁ ଏକ ମାସ ହବ ଏକ ନୂଆ ବସଷ୍ଟାଣ୍ଡ ମନ୍ତ୍ରୀ ଶ୍ରୀ ପଦ୍ମ ନାଭ ବେହେରାଙ୍କ ଦ୍ଵାରା ବସଷ୍ଟାଣ୍ଡ ଉଦଘାଟନ କରାଯାଇଛି କିନ୍ତୁ ବଡ ଦୁଃଖର ବିଷୟ ଆଜି ଯାଏଁ ଶୌଚାଳୟ ଟିଏ ନଥିବାରୁ ଯାତ୍ରୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ବସ ଗୁଡିକ ବସଷ୍ଟାଣ୍ଡରେ ପର୍କିଙ୍ଗ ନ କରି ରାସ୍ତା କଡ଼ରେ ରଖୁଛନ୍ତି ଯାହା ଦ୍ଵାରା ଅନ୍ୟ ଗାଡି ଯିବା ଆସିବା ବାଧାପ୍ରାପ୍ତ ହେଉଛି ଓ କୋଟଗଡ ଟ୍ରାଫିକ ଛକ ଠାରୁ ମେଡିକାଲ ରାସ୍ତା ସଂକୁଚିତ ଥିବାରୁ ଓଟୋ ଓ ଟାଟା ମାଜିକ ରଖିବା ଦ୍ଵାରା ଟ୍ରାଫିକ ଯାମ ହେଉଛି ବଡ ଖୁସିର ବିଷୟ ପଞ୍ଚାୟତ ତରଫରୁ ଟ୍ରାଫିକ ଛକ ଠାରୁ ମେଡିକାଲ ରାସ୍ତାରେ ଏକ ଶୌଚାଳୟ ରହିଅଛି ଓ ଲୋକ ମାନେ ବସିବା ପାଇଁ ରେଷ୍ଟ ସେଡ଼ କରାଯାଇଛି ଓ ରାସ୍ତା କଡ଼କାନ୍ଥରେ ଆଦିବାସୀ ମାନଙ୍କ ପାରମ୍ପାରିକ ଫୋଟୋ ଚିତ୍ର କରାଯାଇ ରାସ୍ତାର ସୌନ୍ଦର୍ଯ୍ୟ ଭଲ ଦେଖା ଯାଉଛି ଓ ଲୋକ ମାନଙ୍କୁ ପଚାରି ବୁଝିଥିଲୁ ବସଷ୍ଟାଣ୍ଡରେ ଶୌଚାଳୟ ଟିଏ ନ ଥିବାରୁ ଅସୁବିଧାର ସମୁଖୀନ ହେଉଛୁ ଓ ମାର୍କେଟିଙ୍ଗ କରିସାରିଲା ପରେ ଜାଗା ଖଣ୍ଡିଏ ନଥିଲା କିନ୍ତୁ କୋଟଗଡ ପଞ୍ଚାୟତର ସରପଞ୍ଚ ଏହି ପଦକ୍ଷେପଟି ନେଇଛନ୍ତି ତାହା କୋଟଗଡ ଓ ପ୍ରତି ପଞ୍ଚାୟତ ବାସିଙ୍କ ପାଇଁ ଭଲ ହୋଇଛି କିନ୍ତୁ ବଡ ଦୁଃଖର ବିଷୟ କୋଟଗଡ ବ୍ଲକରେ ଯେପରି ଚାଲିଛି ପ୍ରତି ପଞ୍ଚାୟତରେ ସେହିଭଳି ହେବା ଦରକାର ବୋଲି ପ୍ରତି ପଞ୍ଚାୟତ ବାସି ଓ ବୁଦ୍ଧିଯିବି ମହଲରୁ ଦାବି ହୋଇଛି l
















