ପୁରୁଷୋତ୍ତମପୁର,୭।୧(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ସ୍ଥିତ ଚାଙ୍ଗୁଡିପଦର ସାହି ରାମ ବେହେରା ଓ ସୁଷମା ଙ୍କ ଜ୍ୟେଷ୍ଠ ପୁଅ ନାରାୟଣ ବେହେରା(୨୫) ଓଡିଶା ପ୍ରଶାସନିକ ସେବାପରିକ୍ଷାରେ କୃତକାର୍ଯ୍ୟ ହାସଲ କରି ସ୍ଥାନୀୟ ଅଞ୍ଚଳରେ ଆଦର୍ଶ ହୋଇପାରିଛନ୍ତି । ଓଡିଶାଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା ପରିକ୍ଷା ରେ ୫୧ତମ ରେଙ୍କ ଉତିର୍ଣ୍ଣ ହୋଇଛନ୍ତି । ପିଲାଟି ଦିନରୁ ବହୁ ପରିଶ୍ରମ କରି ପାଠ ପଢି ଆସୁଥିଲେ । ପାଠ ପଢିବା ସମୟରେ ସେ ତାଙ୍କର ପିତାଙ୍କୁ ବ୍ୟବସାୟରେ ମଧ୍ୟ ସାହାଯ୍ୟ କରୁଥିଲେ।ବର୍ତ୍ତମାନ ସେ ତୁମୁଡିବନ୍ଧ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି।ତାଙ୍କର କଲେଜ କେରିୟର ପୁରୁଷୋତ୍ତମପୁର ମହାବିଦ୍ୟାଳୟରେ ବିଏ ରାଜନୈତିକବିଜ୍ଞାନ ସମ୍ମାନରେ ୨୦୧୪ମସିହାରେ ଉତୀର୍ଣ୍ଣ କଲାପରେ ବିଏଡ୍ ତାଲିମ ସାରି ତୁମୁଡିବନ୍ଧ ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ପୁରୁଷୋତ୍ତମପୁର ଗଡସାହି ପ୍ରାଥମିକ ବିଦ୍ୟାଳୟରେ ତାଙ୍କର ପାଠପଢାଜୀବନ ଆରମ୍ଭ ହୋଇ ଥିବାବେଳେ ନରସିଂହ ଦାଶ ହାଇସ୍କୁଲରେ ହାଇସ୍କୁଲ କେରିୟର ହୋଇଥିଲା । ତାଙ୍କର ଚାରି ଭାଇ ସହ ବାପା ମା ଚାଙ୍ଗୁଡିପଦର ସାହିସ୍ଥିତ ଦୁଇ ବଖରା ଆଜବେଷ୍ଟିସ ଘରେ ରହୁଛନ୍ତି ।ବର୍ତ୍ତମାନ ସୁଦ୍ଧା ତାଙ୍କର ମା ସୁଷମା କାଠରେ ହିଁ ରୋଷେଇ କରୁଛନ୍ତି ।କଠିନ ପରିଶ୍ରମ ଆଗରେ ଦାରିଦ୍ରତା ହାର ମାନିଛି।ବର୍ତ୍ତମାନ ତାରାତାରିଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସିମାଞ୍ଚଳ ପଟ୍ଟନାୟକ ଓ ଅଧ୍ୟାପକ, ଅଧ୍ୟାପିକା ତାଙ୍କୁଫୋନ ମାଧ୍ୟମରେ ଶୁଭେଚ୍ଛାବାର୍ତ୍ତା ଜଣାଇଛନ୍ତି। ସାହି ପଡୋଶୀ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ତାଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣା ଉଥିବାବେଳେ ପୁଅର ସଫଳତା କୁ ଦେଖି ମା ବାପାଙ୍କର ଆଖିରୁ ଲୁହ ଝରି ଯାଉଥିଲା । ସ୍ଥାନୀୟ ଅଞ୍ଚଳର ଆଦର୍ଶ ଓ ଗୌରବ ପାଲଟି ଯାଇଛନ୍ତି ନାରାୟଣ ।

















