ପାରଳାଖେମୁଣ୍ଡି ,୪ା୧(ଡି.ଏଚ/ପ୍ରଭାତ କୁମାର ପାତ୍ର ) : ଗଜପତି ଜିଲ୍ଲା କାଶୀନଗର ବ୍ଳକ ବାରଣାସୀ ହାଇସ୍କୁଲ ପରିସରରେ ବାରଣାସୀ ମହାଉତ୍ସବ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ କେ ନାରାୟଣ ରାଓ ଯୋଗଦେଇ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବ ଉଦ୍ଘାଟିତ କରିଥିଲେ। ସମ୍ମାନିତ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବିଡିଓ ରାଜେନ୍ଦ୍ର ପ୍ରସାଦ , ବ୍ଲକ ଅଧ୍ୟକ୍ଷ ଚିତ୍ରି. ସମୁଦ୍ରୀ, ଜିଲ୍ଲା ପରିଷଦ ସଭ୍ୟା ଡି. ଭାଗ୍ୟ ଲକ୍ଷ୍ମୀ, ତହସିଲଦାର ଶାନ୍ତି ସ୍ଵରୁପ ମିଶ୍ର, କାଶିନଗର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ଏହି ବ୍ଲକରେ ଏକ ସହୃଦୟପୁଣ୍ଣ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ମହା ଉତ୍ସବ ଦୁଇ ଦିନ ଧରି ଚାଲିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମ ଦିନରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ଅନୁଷ୍ଠାନର ସାଂସ୍କୃତିକ ଦଳ ଓ ପରମ୍ପରା ନୃତ୍ୟ ଅନୁଷ୍ଠାତ ହୋଇଥିଲା।
















