Sunday, November 22, 2026
ADVERTISEMENT
Home ଆଞ୍ଚଳିକ ଗୁଣ୍ଠବନ୍ଧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମୁଖି କାର୍ଯ୍ୟ

ଗୁଣ୍ଠବନ୍ଧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମୁଖି କାର୍ଯ୍ୟ

325
ADVERTISEMENT

କୁକୁଡାଖଣ୍ଡି,୩/୧(ଡି.ଏଚ/ଈ.ରଞ୍ଜନ) :ରିଖ ସ୍ଥାନୀୟ ବ୍ଲକ୍ ଦକ୍ଷିଣପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ତରଫରୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଥିବା ବେଳେ ଖାଦ୍ୟ ନ ଦେଇ ଖାଦ୍ୟ ବିରତି ସମୟରେ ବାହାରକୁ ଭୋଜି ଖାଇବାକୁ ଛାଡିବା ଅଭିଯୋଗ ଅଭିବାହକ ମାନେ କରିଛନ୍ତି । ଲଗାତାର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଦୃଭାଗ୍ୟ ବସତଃ କୈଣସି ଛାତ୍ର ଛାତ୍ରୀ ବାହାର ଖାଦ୍ୟ ଖାଇ ଅସୁସ୍ଥ ହେଲେ ଦାୟୀ କିଏ ରହିବ ଏବଂ ବିଦ୍ୟାଳୟ ପାଖରେ ପୋଖରୀ ଥିବା ବେଳେ ସେଠାରେ ଛାତ୍ରଛାତ୍ରୀ ମାନେ ଶୈଚ କରିବାକୁ ଯାଉଛନ୍ତି ସେଠାରେ କୈଣସି ଅସୁବିଧା ହେବନି ବୋଲି କହିହେବନି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି । ସବୁଠାରୁ ବିଡମ୍ବନା ର ବିଷୟରେ ଏହିକି ଯେ ଗ୍ରାମରେ ଭୋଜିରେ ସମସ୍ତ ଘରକୁ ନିମନ୍ତ୍ରଣ ନଥାଏ କିଛି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମସ୍ତ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ ନପାଇ ନିଜ ଘରେ ଭୋଜନ କରିଥାଆନ୍ତି । ପ୍ରଶ୍ନ ଉଠିଛି ସେହି ଦିନର ମଧ୍ୟାହ୍ନ ଭୋଜନ ବାବଦରେ ଆସିଥିବା ଟଙ୍କା ଚଳୁ କରୁଛି କିଏ , ତଦନ୍ତ କଲେ ଏହାର ସତ୍ୟତା ଜଣାପଡିବ । ଏ ବାବଦରେ ବିଦ୍ୟାଳୟ ସଭାପତିଙ୍କୁ ପଚାରିବାରୁ ସେ କହିଲେ ଏ ବାବଦରେ ମୋ ସହ ପ୍ରଧାନ ଶିକ୍ଷୟତ୍ରୀ ଆଲୋଚନା କରିନାହାନ୍ତି , ଅଭିବାହକ ମାନେ ମୋତେ ଅଭିଯୋଗ କରିଛନ୍ତି ସେ ବାବଦରେ ମୁଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିବି । ଏପରିକି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁସୁଡି ପଡିଛି । ବିଭିନ୍ନ ସମୟରେ ଦେଖାଯାଏ ଯେ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯାଳୟରେ କିଛି ଶିକ୍ଷକ ଶିକ୍ଷୟିତ୍ରୀ କୁଲିଖଟିରେ ମସଗୁଲ ରହୁଛନ୍ତି ପାଠ ପଢାଉ ନାହାଁନ୍ତି ।ଅଷ୍ଟମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଚତୁର୍ଥ ଶ୍ରେଣୀର ପଚାରିଲେ ଅସୁନି ।ଏ ଭଳି ଅବ୍ୟବସ୍ଥା ଲାଗିରହେ ତାହେଲେ ବହୁ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ଅନ୍ଧକାର ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଏ ବାବଦରେ ବ୍ଲକ ଶିକ୍ଷାଧିକାରୀ ଏସ. ଗିରିଧରଙ୍କ କହିବା କଥା ମୋ ପାଖରେ ଅଭିଯୋଗ ପହଁଚିଛି ମୁ ସିଆରସିସିଙ୍କୁ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଛି ଯଦି କୌଣସି ପ୍ରକାର ଅନିୟମିତତା ଥାଏ ତାହାଲେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଲେ I

Advertisement