Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଜାନବିଲି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବି: ବିକ୍ଷୋଭ ପ୍ରଦର୍ଶନ

ଜାନବିଲି ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବି: ବିକ୍ଷୋଭ ପ୍ରଦର୍ଶନ

428
ADVERTISEMENT

ବ୍ରହ୍ମପୁର, ୨୫/୬(ଡ଼ି ଏଚ ବି ): ଅସମ୍ପୂର୍ଣ୍ଣ ଜାନବିଲି ପ୍ରକଳ୍ପକୁ ନେଇ ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରେ ଦିନକୁ ଦିନ ଆକ୍ରୋଶ ବଢ଼ିବାରେ ଲାଗିଛି। ତରବରିଆ ଭାବେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ। ହେଲେ ଏଯାଏ ଲୋକଙ୍କ ଘରେ ପାଣି ପହଞ୍ଚିପାରି ନାହିଁ । ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବିରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବ୍ରହ୍ମପୁର ପାନୀୟ ଜଳ ପ୍ରକଳ୍ପ ମୁଖ୍ୟ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ସଂଗଠନର ସଂଯୋଜକ ଅବନୀ କୁମାର ଗୟା, ମହେଶ୍ୱର ବାଡ଼ତ୍ୟା, ନିରଞ୍ଜନ ଦାଶ, ଆର୍‌. ସତ୍ୟନାରାୟଣ ରାଓ, ଗୁରୁଦେବ ବେହେରା, ମାଗୁଣି ନାହାକ, ପୂର୍ଣ୍ଣଚନ୍ଦ୍ର ମହାରଣା ପ୍ରମୁଖ ବିକ୍ଷୋଭରେ ଭାଗନେଇଥିଲେ। ପରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Advertisement