ଦିଗପହଣ୍ଡି,୩/୧(ଡି.ଏଚ): ପ୍ରତି ବର୍ଷ ପରି ଆଜି ଶୁକ୍ରବାର ଦିନ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ମାଁ ବାଙ୍କେସ୍ବରୀ ପିଠରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମନ୍ଦିରରେ ପୂଜାଚନା ପରେ ଏକ ସଭାରେ ନିଜ କର୍ମୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ କିପରି ଏହି ବର୍ଷ ଭଲରେ କାଟିବା ସହ ସରକାରଙ୍କ ଯୋଜନା କିପରି ଲୋକଙ୍କ ପାଖରେ ପହଂଚି ପରିବ ସେଦିଗରେ ଦୃଷ୍ଟି ଦେବାକୁ କର୍ମୀଙ୍କୁ ଆହ୍ୱାନ କରିଥିଲେ। ବନ୍ଧୁମିଳନ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ବେହେରା, ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଚାଉପଟ୍ଟନାୟକ, ସୁବାସ ମହାରଣା, ଟି. ଗୋପୀ, କୁକୁଡ଼ାଖଣ୍ଡି ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସନାତନ ସଂଗ୍ରାମ ସିଂ ଙ୍କ ସହ ଦିଗପହଣ୍ଡି, କୁକୁଡ଼ାଖଣ୍ଡି ବ୍ଲକ ଓ ବ୍ରହ୍ମପୁରର ବିଜେଡି ସରପଞ୍ଚ, ସମିତିସଭ୍ୟ, ବିଜେଡ଼ି ନେତା, କର୍ମୀ ମାନେ ଉପସ୍ଥିତ ଥିଲେ ।
















