Saturday, September 5, 2026
ADVERTISEMENT
Home ଆଞ୍ଚଳିକ କେସି ହାଇସ୍କୁଲରୁ ଇଂଲିଶ୍‌ ମାଧ୍ୟମ ସ୍କୁଲ ସ୍ଥାନାନ୍ତର ଦାବି

କେସି ହାଇସ୍କୁଲରୁ ଇଂଲିଶ୍‌ ମାଧ୍ୟମ ସ୍କୁଲ ସ୍ଥାନାନ୍ତର ଦାବି

341
ADVERTISEMENT

ବ୍ରହ୍ମପୁର, ୨୫/୬(ଡ଼ି ଏଚ ବି ) – ଗୋଷାଣୀନୂଆଗାଁ ପୁରାତନ କେସି ହାଇସ୍କୁଲ ପରିସରରେ ଚାଲିଥିିବା ବେଆଇନ ଇଂଲିଶ ମାଧ୍ୟମ ସ୍କୁଲକୁ ଉଚ୍ଛେଦ ନେଇ ପୁଣି ହୋଇଛି ତୀବ୍ର ବିରୋଧ । ଏହାର ପ୍ରତିବାଦରେ ସାମାଜିକ ସଂଗଠନ ସଂସ୍କାରବାଦୀ ପକ୍ଷରୁ ଧାରଣା ଦିଆଯାଇଥିଲା। କେସି ହାଇସ୍କୁଲ ଭଳି ବହୁପୁରାତନ ତଥା ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲରେ ଦୀର୍ଘ ମାସ ଧରି ବେସରକାରୀ ଇଂଲିଶ ମାଧ୍ୟମ ସ୍କୁଲ ପରିଚାଳିତ ହେଉଛି। ଏନେଇ ବହୁବାର ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନେବାରେ ଶିକ୍ଷାବିଭାଗ ଅବହେଳା କରୁଥିବା ସେମାନେ ଅଭିଯୋଗ କରିବା ସହ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। କେସି ହାଇସ୍କୁଲ ପରିସରେ ଚାଲିଥିବା ଘରୋଇ ଇଂଲିଶ ସ୍କୁଲର ଏନ୍‌ଓସି ନ ଥିବା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଉଛି। ଏହାସତ୍ତ୍ୱେ ଉକ୍ତ ଘରୋଇ ଇଂଲିଶ ମିଡିୟମ ସ୍କୁଲ ଏକ ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲ  ପରିସରରେ ଦୀର୍ଘ ମାସ ଧରି ପରିଚାଳିତ ହେଉଛି।
ଏହାକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବା ଦିଗରେ ପଦକ୍ଷେପ ନେବାକୁ ସଂଗଠନ ଦାବି କରିଛି। ଏଥିସହ କେସି ହାଇସ୍କୁଲର ଶେଷ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଘରୋଇ ଇଂଲିଶ ମାଧ୍ୟମ ସ୍କୁଲକୁ ପରିଚାଳନା ପାଇଁ ଦିଆଯାଇଥିବା ଅନୁମତିର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଜଣେ ବରିଷ୍ଠ ଶିକ୍ଷକଙ୍କୁ କେସି ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ଦେବା, କେସି ହାଇସ୍କୁଲ ସମେତ କେସି ଟାଉନ, କେସି ବାଳିକା ଉଚ୍ଚ ବିଦ୍ୟାଳୟକୁ ସରକାରୀକରଣ କରିବା, ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ପଦବୀ ପୂରଣ କରିବା, ସ୍ଥାନୀୟ ବାସୀନ୍ଦା ଓ ଅବିଭାବକଙ୍କୁ ନେଇ ଉପରୋକ୍ତ ତିନୋଟି ହାଇସ୍କୁଲର ନୂତନ ପରିଚାଳନା କମିଟି ଗଠନ କରାଯିବାକୁ ସଂଗଠନ କର୍ମକର୍ତ୍ତାମାନେ ଦାବି କରି ଧାରଣା ଦେଇଥିଲେ। ଜିଲାଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀ ସଂସ୍କୃତ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ସୁବାସ ଚନ୍ଦ୍ର ପ୍ରଧାନ ଧାରଣାସ୍ଥଳରେ ପହଞ୍ଚି ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଦାବିପତ୍ର ଗ୍ରହଣ କରିଥିଲେ।
ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦାବି ପୂରଣ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେବା ପରେ ସଂଗଠନ ପକ୍ଷରୁ ଧାରଣାକୁ ସ୍ଥଗିତ ରଖାଯାଇଥିଲା। ଏକମାସ ମଧ୍ୟରେ ଉପରୋକ୍ତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବାକୁ ସଂଗଠନ ଚେତାବନୀ ଶୁଣାଇଛି।

Advertisement