Friday, September 25, 2026
ADVERTISEMENT
Home ଆଞ୍ଚଳିକ ମହେନ୍ଦ୍ର ତନୟା ଉତ୍ସବ ଉଦଘାଟିତ

ମହେନ୍ଦ୍ର ତନୟା ଉତ୍ସବ ଉଦଘାଟିତ

280
ADVERTISEMENT

ପାରଳାଖେମୁଣ୍ଡି,୩/୧(ଡି.ଏଚ/ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ କାର୍ଯ୍ୟାଳୟ ପରିସରରେ ମହେନ୍ଦ୍ର ତନୟା ମହା ଉତ୍ସବ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଯୋଗଦେଇ ଦେଇ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବ ଉଦ୍ଘାଟିତ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ବିଡିଓ ସଂଗ୍ରାମ କେଶରୀ ପଣ୍ଡା, ବ୍ଲକ ଅଧ୍ୟକ୍ଷା ସି. ଏଚ. ତାରେକେଶ୍ବରି ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ଏହି ବ୍ଲକରେ ଏକ ସହୃଦୟପୁଣ୍ଣ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ମହା ଉତ୍ସବ ଦୁଇ ଦିନ ଧରି ଚାଲିବର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମ ଦିନରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ଅନୁଷ୍ଠାନର ସାଂସ୍କୃତିକ ଦଳ ଓ ପରମ୍ପରା ନୃତ୍ୟ ଅନୁଷ୍ଠିତ ହୋଇଥିଲା।

Advertisement