ଗୁଣି ସନ୍ଦେହକୁ ନେଇ ଜଣଙ୍କୁ ହତ୍ୟା

207
ADVERTISEMENT

ବ୍ରହ୍ମପୁର, ୨୫/୬(ଡ଼ି ଏଚ ବି ):ପୁରୁଷୋତ୍ତମପୁର ଥାନା ଧୋହାଡି ପାଟପୁର ଗାଁରେ ଗୁଣି ଗାରେଡିକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା ଅଭିଯୋଗ ହୋଇଛି । ମୃତକ ହେଲେ କୃଷ୍ଣ ପ୍ରଧାନ । ଆଜି ସକାଳୁ କୃଷ୍ଣ ପ୍ରଧାନ ବିଲକୁ ଯାଉଥିବା ବେଳେ ସେହି ଗାଁର ମୁରଲୀ ପ୍ରଧାନ ଅଚାନକ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ କୃଷ୍ଣଙ୍କର ମୃତ୍ୟୁ ହୋଇଛି । ଗୁଣି ସନ୍ଦେହକୁ ନେଇ ମୁରଲୀ ଏବଂ କୃଷ୍ଣଙ୍କ ପରିବାର ମଧ୍ୟରେ ପୂର୍ବରୁ ଥିଲା ଶତ୍ରୁତା। ତେଣୁ ମୁରଲୀ ଏଭଳି ଜଘନ୍ୟ ହତ୍ୟାକାଣ୍ଡ କରି ହିଞ୍ଜିଳି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।

Advertisement