କୁକୁଡାଖଣ୍ଡି,୨/୧(ଡି.ଏଚ/ଇ.ରଞ୍ଜନ) :କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଗ୍ରାମପଞ୍ଚାୟତର ଶ୍ରୀରଙ୍ଗରାଜ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ ଏବଂ ଗ୍ରାମର ଲୋକଙ୍କ ଅଭିଯୋଗକୁ ମଧ୍ୟ ଅଧିକାରୀଙ୍କ ନୀରବତାକୁ ନେଇ ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି l ଲୋକଙ୍କ ଅଭିଯୋଗକୁ ଦୃଷ୍ଟି ରେ ରଖି ବିଦ୍ୟାଳୟରେ ଶିକ୍ଷୟତ୍ରୀଙ୍କୁ ପଚାରି ବୁଝିବାରୁ ବିଦ୍ୟାଳୟରେ ମୋଟେ ୨0ଜଣ ଛାତ୍ରଛାତ୍ରୀ ପୁଅ ସଂଖ୍ୟା୧୨ ଜଣ ଥିବା ବେଳେ ଝିଅ ସଂଖ୍ୟା ୮ ଜଣ ପୁଣି ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ନିମନ୍ତେ ଊର୍ଦ୍ଧିଷ୍ଟ ପ୍ରତି ଶ୍ରେଣୀ ଛାତ୍ରଛାତ୍ରୀ ଉପସ୍ଥାପନା ଅନୁଯାୟୀ ପ୍ରଥମ ଶ୍ରେଣୀରେ 0୪ ଜଣ ଥିବା ବେଳେ ୨ୟ ଶ୍ରେଣୀ ୫ଜଣ ତୃତୀୟ ଶ୍ରେଣୀରେ ଶୂନ ହୋଇରହି ଥିବାବେଳେ ୪ଶ୍ରେଣୀ ରେ ମୋଟ 0୬ଜଣ ୫ମ ଶ୍ରେଣୀ ରେ ୫ଟି ରହିଥିବା ବେଳେ ଶ୍ରେଣୀ ଶିକ୍ଷୟତ୍ରୀ ମାତ୍ର ୨ଜଣ ଜଣେ ଉପସ୍ଥିତ ଥିବା ବେଳେ ପ୍ରଧାନଶିକ୍ଷୟତ୍ରୀ ଅନୁପସ୍ଥିତ ଶ୍ରେଣୀରେ ମଧ୍ୟ ସର୍ବ ମୋଟ ଆଜିର ଉପସ୍ଥାପନାରେ ହାତଗଣତି ଭାବେ ୭ଜଣ ଏଭଳି ବିଦ୍ୟାଳୟରେ କିଭଳି ଶିକ୍ଷାଦାନ ହେଉଥିବ ତାହାକୁ ନେଇ ଅଭିଯୋଗ ହଇଛି l

ରାଜ୍ୟ ଗଣଶିକ୍ଷା ବିଭାଗର ନିୟମ ଅନୁଯାୟୀ ଯେ କୌଣସି ବିଦ୍ୟାଳୟ ରେ ୨୫ ଜଣ ଛାତ୍ରଛାତ୍ରୀ କମ ପରିମାଣ ଉପସ୍ଥାପନା ରହିଲେ ସେଟାରେ ଥିବା ପିଲାଙ୍କୁ ନିକଟସ୍ଥ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତର ନିମନ୍ତେ ବିଭାଗର ନିୟମ ଧାର୍ଯ୍ୟକୁ ବ୍ଲକ ଶିକ୍ଷାବିଭାଗର ଅଧିକାରୀଙ୍କ ନୀରବତାକୁ ନେଇ ପ୍ରଶ୍ନବାଛି ହୋଇଛି l ଅନ୍ୟ ପକ୍ଷରେ ବିଦ୍ୟାଳୟରେ ନଳକୂପ ଅଚଳ ରହିଥିବା ବେଳେ ଅତି ନିକଟରେ ଥିବା ଗ୍ରାମ୍ୟ ଜଳଯୋଗାଣ ନିମନ୍ତେ ଏକ ଡ୍ରମ ରହିଥିଲେ ମଧ୍ୟ ପିଲାଙ୍କ ପାଇଁ ଶୋଷ ମେଣ୍ଟାଇବା ପାନିୟ ଜଳର ଘୋର ଆସୁବିଧା ରହିଛି l ଅନ୍ୟ ପକ୍ଷରେ ଜିଲ୍ଲାପାଳ ବିଭିନ୍ନ ବିଦ୍ୟାଳୟରେ ଘଣ୍ଟିବାଜିଲେ ପାଣି ପିଅ ସଚେତନ ନାରା ଦେଇ ଯାଉଥିଲେ ମଧ୍ୟ ଏଠାରେ ଛାତ୍ରଛାତ୍ରୀ ପାନୀୟ ଜଳର ଘୋର ଅସୁବିଧା ହୋଇରହିଅଛି l ଏବଂ ମୂଳରୁ ବିଦ୍ୟୁତ ସଂଯୋଗ ନାହିଁ l ପ୍ରଧାନଶିକ୍ଷୟତ୍ରୀଙ୍କ ମନମୁଖି କାର୍ଯ୍ୟକୁ ନେଇ ଅଭିଭାବକ, ବିଦ୍ୟାଳୟର କିମିଟି ଓ ସେହି ଗ୍ରାମର ୱାର୍ଡମେମ୍ବର ସମେତ ଗ୍ରାମର ବୃଦ୍ଧିଯିବି ମାନେ ଶିକ୍ଷୟତ୍ରୀଙ୍କୁ ବଦଳି ନିମନ୍ତେ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଆଜକୁ ଦୀର୍ଘ ଦିନ ହେବ ଅନୁରୋଧ ହୋଇଥିବା ସ୍ୱତେ ବି ବିଭାଗ ପକ୍ଷରୁ ଦୃଷ୍ଟି ଦେଉନଥିବା ଗ୍ରାମଲୋକ କରିଛନ୍ତି l ରାଜନୀତି କର୍ତ୍ତୃପକ୍ଷ ଙ୍କ ଛତ୍ରଛାୟା ରେ ରହି ଏଭଳି କାର୍ଯ୍ୟହେଉଥିବା ଅଭିଯୋଗ କରିଛନ୍ତି l

















