ହିିଞ୍ଜିଳିକାଟୁ,୨/୧(ଡି.ଏଚ/ଶେଷଦେବ ସାହୁ): ଇଂରାଜୀ ନବବର୍ଷ ୨୦୨୦ ସକାଶେ ବୁଧବାର ଭୋର ୫ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବିଭିନ୍ନ ମନ୍ଦିର ଗୁଡ଼ିକରେ ଭକ୍ତ ମାନଙ୍କ ଭିଡ଼ ଲାଗି ରହିଥିଲା । ଇଂରାଜୀ ନୂତନ ବର୍ଷ ଆରମ୍ଭରୁ ଦେବ ଦର୍ଶନ କରି ପ୍ରଭୁକୃପା ଲାଭ କରିବା ସହ ପୂର୍ଣ୍ଣ୍ୟ ଅର୍ଜନ କରିବା ଆଶାରେ ଆବାଳ ବୃଦ୍ଧ ବନିତା ସ୍ନାନ ସାରି ଠାକୁର ଦର୍ଶନ କରିବା ଲାଗି ଲାଗି ପଡ଼ିଥିଲେ । ହିଂଜିଳିକାଟେୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବିଭିନ୍ନ ଶୌବପୀଠ, ଲକ୍ଷ୍ମୀନୃସିଂହ ମନ୍ଦିର, ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଗଣେଷ ମନ୍ଦିର, ହନୁମାନ ମନ୍ଦିର, କାଳୀ ମନ୍ଦିର, ଦୁର୍ଗା ପୀଠ ଗୁଡ଼ିକରେ ଭକ୍ତ ମାନଙ୍କ ଅସମ୍ଭବ ଭିଡ଼ଲାଗି ରହିଥିଲା । ଇଂରାଜୀ ନବବର୍ଷ ଉପଲକ୍ଷେ ସ୍ଥାନୀୟ ପୌରାଂଚଳ ପାବନ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉମାନଙ୍କୁ ସ୍ୱତନ୍ତ୍ର ବେଶରେ ସୁସଜ୍ଜିତ କରାଯାଇଥିଲା । ସନ୍ଧ୍ୟାରେ ଶ୍ରୀଜଗମୋହନଙ୍କୁ ୩ ବେଢା ପରିକ୍ରମା ପରେ ୧୦୮ ଆଳତି ଅର୍ପଣ କରାଯାଇଥିଲା । ସନ୍ଧ୍ୟାରେ ଯୁବଗୋଷ୍ଠୀ ପକ୍ଷରୁ ବିଭିନ୍ନ ସ୍ଥାନରେ ବଣଭୋଜିର ଆୟୋଜନ କରାଯାଇଥିଲା । ଯୁବଗୋଷ୍ଠୀ ବଣଭୋଜିର ମଜାନେଇଥିଲେ । ରାତ୍ର ସମୟରେ ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବିଭିନ୍ନ ହୋଟେଲ, ରେଷ୍ଟୁରାଂଟ, ଫାଷ୍ଟଫୁଡ଼ ଦୋକାନ ଗୁଡ଼ିକରେ ଗ୍ରାହକ ମାନଙ୍କ ଅସମ୍ଭବ ଭିଡ଼ଲାଗି ରହିଥିଲା । ଗ୍ରାହକଙ୍କ ଚାହିଦାନୁସାରେ ବିଭିନ୍ନ ଭୋଜନାଳୟ ଗୁଡ଼ିକରେ ଗ୍ରାହକ ମାନଙ୍କ ପସନ୍ଦ ମୁତାବକ ବହୁ ରକମର ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଭୋଜନାଳୟ ଗୁଡ଼ିକ ଭଲ ଦୁଇ ପଇସା ରୋଜଗାର କରିଥିଲେ ।
















