ପୁରୁଷୋତ୍ତମପୁର,୨/୧(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ତାରାତାରିଣୀ ମନ୍ଦିରର ସମସ୍ତ ଉନ୍ନୟନ ପ୍ରକଳ୍ପ କୁ ବୁଲି ଦେଖିବା ସହ ତୁରନ୍ତ ଅବଶିଷ୍ଟ କାର୍ଯ୍ୟକୁ ସାରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମେ ଜିଲ୍ଲାପାଳ ମନ୍ଦିର ପରିସରରେ ଆର୍ବଜନା ଦେଖି ବିରକ୍ତି ପ୍ରକାଶ କରି ତୁରନ୍ତ ମନ୍ଦିରକୁ ସଫାସୁତୁରା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା ତାରାତାରିଣୀଙ୍କୁ ନିକଟକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟି ଥାଏ। ମନ୍ଦିର ପୁନଃ ଉଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ପାଇଁ ରୂପ ରେଖ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । ଭକ୍ତ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହି ସମୀକ୍ଷାରେ ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିମାଞ୍ଚାଳ ମହାନ୍ତି, ତହସିଲଦାର ଅରୁଣ କୁମାର ନାୟକ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଲୋକେଶ୍ବର,ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ସୁକେଶ ଚନ୍ଦ୍ର ମିଶ୍ର, ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ତୁଷାର କୁମାର ସାହୁ, ପୁରୁଷୋତ୍ତମପୁର ଏନ.ଏ.ଏସି ନିର୍ବାହୀ ଅଧିକାରୀ ଏ.ନାଗେଶ୍ବର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।
















