Saturday, November 21, 2026
ADVERTISEMENT
Home ଆଞ୍ଚଳିକ ମାଗଣା ପରଳ ଚକ୍ଷ୍ଯୁ ପରୀକ୍ଷା ଶିବିର

ମାଗଣା ପରଳ ଚକ୍ଷ୍ଯୁ ପରୀକ୍ଷା ଶିବିର

382
ADVERTISEMENT

କୋଦଳା ,0୧/0୧(ଡି.ଏଚ/ହିମାଂଶୁ ପାଢ଼ୀ ) : ବେଗୁନିଆପଡା ବ୍ଲକ ଫାସି ଗ୍ରାମପଞ୍ଚାୟତ କାର୍ଯାଳୟ ପରିସରରେ ଫାସି ସରପଞ୍ଚ ନବୀନ କୁମାର ଦଳେଇ ଓ ମାଣୀକେଶ୍ଵର ମନ୍ଦୀର ପରିଚାଳନା କମିଟି ସହାୟତା ରେ ସମର ଝୋଳ ଶଙ୍କର ଚକ୍ଷ୍ଯୁ ଚିକିଛାଳୟ ତରଫରୁ ମାଗଣା ଚକ୍ଷ୍ଯୁ ପରଳ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ୲ଏହି କାର୍ଯକ୍ରମକୁ ସରପଞ୍ଚ ନବୀନ କୁମାର ଦଳେଇ ପ୍ରଦୀପ ପ୍ରଜ୍ଵଳନ ପରେ ଆନୁଷ୍ଠାନିକ ଭାବେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ୲ ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ 89ଜଣ ରୋଗୀ ଶିବିରରେ ଯୋଗ ଦେଇଥିବା ବେଳେ ସେମାନଙ୍କ ଚକ୍ଷ୍ଯୁ ପରୀକ୍ଷା କରାଯାଇ 8 ଜଣଙ୍କୁ ମାଗଣା ଚଷମା ପ୍ରଦାନ କରିଥିବା ବେଳେ 27ଜଣଙ୍କୁ ପରଳ ଚିକିତ୍ସା ପାଇଁ ଶଙ୍କର ଚକ୍ଷ୍ଯୁ ଚିକିଛାଳୟକୁ ପଠାଯାଇଥିଲା ୲ ଏହି ଶିବିରରେ କ୍ୟାମ୍ପ ମେନେଜର ନଳିନୀ କାନ୍ତ ରାଉତ ସମେତ ଚୀଫ ଅପ୍ଟୋମେଟ୍ରିସ୍ଟ ଭାଗ୍ଯଲତା ଗଉଡ ,ଚକ୍ଷ୍ଯୁ ଟେକ୍ନିସିଆନ ଶିବାନୀ ପାତ୍ର , ଲିପ୍ସା ନାୟକ ,କୋମଲା , ଏନ.ମୁନ୍ନା ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ଚକ୍ଷ୍ଯୁ ପରିକ୍ଷ୍ୟା କରିଥିଲେ ୲

Advertisement