Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ମହାନଗର ନିଗମ ସ୍ୱଛତାରେ ପ୍ରଶ୍ନବାଚୀ : ପାଇଖାନା ନଥାଇ ଜୋରିମାନା

ବ୍ରହ୍ମପୁର ମହାନଗର ନିଗମ ସ୍ୱଛତାରେ ପ୍ରଶ୍ନବାଚୀ : ପାଇଖାନା ନଥାଇ ଜୋରିମାନା

322
ADVERTISEMENT

ବ୍ରହ୍ମପୁର,୩୧।୧୨( ଡି.ଏଚ.ବ୍ୟୁର) : ସ୍ଵଛ ଅଭିଯାନରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବ୍ରହ୍ମପୁର ମହାନଗର ନିଗମ ଲାଂଜିପଲ୍ଲି ନାୟକ ସହି ବାସିନ୍ଧା ଉପରେ ତାହାର କୌଣସି ପ୍ରଭାବ ପଡିନଥିବା ଅଭିଯୋଗ ହୋଇଛି । ୧୭ ଗୋଟି ପରିବାର ସେଠାରେ ବସବାସ କରୁଥିବା ବେଳେ କେବଳ ଜଣକୁ ହିଁ ପାଇଖାନା ନିର୍ମାଣ ପାଇଁ ସହାୟତା ମିଳିଛି । ସବୁଠାରୁ କୌତୁହଳ ବିଷୟ ଯେ ପାଇଖାନା ନ ଥାଇ ପାଇଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ସୋକପିଟ ମାଧ୍ୟମରେ ନିଷ୍କାସନ ନ ହେଲେ ପ୍ରତ୍ୟେକ ପରିବାରକୁ ୮ହଜାର ଟଙ୍କା ଜୋରିମାନା କରାଯିବ ବୋଲି ମହାନଗର ନିଗମ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି । ନୋଟିସ୍ ଟି 19ତାରିଖ ଥିବା ବେଳେ ତିନି ଦିନ ବିଳମ୍ବରେ ବସ୍ତିରେ ବଣ୍ଟା ଯାଇଛି ।ଏବଂ 15 ଦିନ ମଧ୍ୟରେ ପାଇଖାନାରୁ ନିର୍ଗତ ମଇଳା ସୋକପିଟ ଦ୍ୱାରା ଖଲାସ ନ ହେଲେ ପ୍ରତି ଦିନ ତିରିଶ ଟଙ୍କା ଲେଖାଏ ଜୋରିମାନା ଦେବା ପାଇଁ ସେହି ବିଜ୍ଞପ୍ତିରେ ଲେଖାଯାଇଛି । ଏହା ନେଇ ବସବାସ କରୁଥିବା ବି.ପି.ଏଲ ଶ୍ରେଣୀର ପରିବାର ଗୁଡିକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି :ରାସ୍ତା ଆଲୁଅ ,ପାଣିର ସମୁଚିତ ବ୍ୟବସ୍ଥା ନ ଥିବା ବେଳେ ଜୋରିମାନା ନୋଟିସ କର୍ତ୍ୟୁପକ୍ଷଙ୍କ ସ୍ୱଛତାରେ ପ୍ରଶ୍ନବାଛି ସୃଷ୍ଟି କରିଛି । ଏଠାରେ ସୂଚନା ଯୋଗ୍ୟ ଯେ ବସତି ଅଞ୍ଚଳରେ କୌଣସି ନାଳ ଅବା ଡ୍ରେନ ଅଦ୍ୟବିଧି ନିର୍ମିତ ହୋଇନାହିଁ । ବର୍ଷା ଦିନେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସେଠାରେ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ କେବଳ ଅଣ ଓସାରିଆ ଏକ ରାସ୍ତା ରହିଥିବା ବେଳେ ମୁଖ୍ୟ ରାସ୍ତାରେ ରହିଥବା ନାଳରେ ଆବର୍ଜନା ଭର୍ତ୍ତି ହେବା ସହ ନାଲଟି ପୋତି ହେବ ସଂଗେ ସଂଗେ ପରିବେଶ ସମ୍ପୂର୍ଣ ନର୍କମୟ ଏକ ଅସ୍ୱାସ୍ଥ୍ୟ କର ପରିବେଶ ସୃଷ୍ଟି ହୋଇଛି । ସରକାରଙ୍କ ସ୍ଵଚ୍ଚ ଭାରତ ଅଭିଯାନରେ କେବଳ ଯେଣେ ମାତ୍ର ବ୍ୟକ୍ତି ପାଇଖାନା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି କେମିତି ? ଅନ୍ୟମାନେ ବି.ପି.ଏଲ ଶ୍ରେଣୀର ହେଲେ ମଧ୍ୟ ସରକାରୀଙ୍କ ବିଭିନ୍ନ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ଏଭଳି କ୍ଷେତ୍ରରେ ମହାନଗର ନିଗମର ପାଞ୍ଚଟି ଧାରାରେ ନୋଟିସ ଜାରି କରି ଅଞ୍ଚଳବାସୀଙ୍କ ଭୟଭୀତ କରିବାର ଉଦ୍ଧେସ୍ୟ କଣ ?

Advertisement