Monday, November 23, 2026
ADVERTISEMENT
Home ଆଞ୍ଚଳିକ ଗ୍ରାମବିକାଶରେ ଜାଗୃତି ଯାତ୍ରା ଟିମ୍

ଗ୍ରାମବିକାଶରେ ଜାଗୃତି ଯାତ୍ରା ଟିମ୍

293
ADVERTISEMENT

ବ୍ରହ୍ମପୁର,୩୧।୧୨( ଡି.ଏଚ/ହିମାଂଶୁ ପାଢୀ) : ଗାନ୍ଧୀଜିଙ୍କର ୧୫୦ ତମ ଜୟନ୍ତୀ ଉପଲଷେ ଜାଗୃତିଯାତ୍ରାର ୧୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ଭାରତର କୋଣ ଅନୁକୋଣ ତଥା ଆମେରିକା,ଚୀନ,ଇଂଲଣ୍ଡ,ବ୍ରାଜିଲ ଆଦି ଦେଶରୁ ବିଭିନ୍ନ ଶିକ୍ଷାବିତ ,ଛାତ୍ରଛାତ୍ରୀ ,ଉଦ୍ୟୋଗୀ,ବୁଦ୍ଧିଜୀବି ମାନକୁଂ ନେଇ ଏହି ଜାଗୃତି ଯାତ୍ରା ହୋଇଛି। ଏହି ଯାତ୍ରାରେ ୪୦ ପ୍ରତିଶତ ମହିଳା ଓ ୬୦ ପ୍ରତିଶତ ପୁରୁଷ ଯାତ୍ରୀ ଅଂଶଗ୍ରହଣ କରିଛନ୍ତି । ଓଡିଶାରୁ ୨୦ ଜଣ ଉଦ୍ୟୋଗୀ ମଧ୍ୟ ଏହି ଜାଗୃତି ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ)ତତ୍ବାବଧାନରେ ଓଡିଶାରୁ ୧୦ଜଣ ନାନୋୟୁନିକଣ୍ନ ଓ ୧୦ ଜଣ ଷ୍ଟାଟଅପ୍ ଉଦ୍ୟୋଗୀ ସାମିଲ ହୋଇଥିଲେ। ବ୍ୟବସାୟ ଷେତ୍ରରେ ନୂଆ ବିଷୟ ଜାଣିବା ଏବଂ ନୂଆ ଲୋକକଂ ସହ ମିଶି ଅଭିଞତା ସାଉଁଟିବା ପାଇଁ ଜାଗୃତି ସେବା ସଂସ୍ଥାନ ପଷରୁ ଯୁବ ଉଦ୍ୟୋଗୀ କଂ ପାଇଁ ଆୟୋଜିତ ଯାତ୍ରାରେ ୪୫୦ ଜଣ ଉଦ୍ୟୋଗୀ ୧୫ ଦିନରେ ଗୋଟିଏ ଟ୍ରେନରେ ୮ହଜାର କି.ମି ରାସ୍ତା ଅତିକ୍ରମ କରି ୧୨ଟି ସହର ପରିଭ୍ରମଣ କରିଥିଲେ। ଜାଗୃତି ଟ୍ରେନ ମୁମ୍ବାଇ ଠାରୁ ଡିସେମ୍ବର ୨୪ ତାରିଖରେ ଯାତ୍ରାଆରମ୍ଭ କରି ଜାନୁଆରୀ ୮ତାରିଖରେ ମହାରାଷ୍ଟ୍ର (ମୁମ୍ବାଇ)ରେ ହିଁ ଶେଷ ହେବ। ଆଜି ଗ୍ରାମବିକାଶ ମହୁଡା ଠାରେ ଏକ କାଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ,ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଓ ସାହେବ,ଗ୍ରାମବିକାଶ ଚେୟାରମେନ ଡଃ.ଜୋମାଦିଥ୍ ଯୋଗଦେଇଥିଲେ। ଜିଲ୍ଲାପାଳ ମହାରାଷ୍ଟ୍ର ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିବାରୁ ଖୁସିବ୍ୟକ୍ତ କରିବାସହ ଓଡିଶାରେ ଉଦ୍ୟୋଗୀ ମାନଙ୍କର ପାଇଁ ଯଥେଷ୍ଟ ସୁବିଧ ସୁଯୋଗ ରହିଛି ଏବଂ ରାଜ୍ୟ ସରକାର ଏଥିପାଇଁ ସହଯୋଗ କରୁଛନ୍ତି। ପ୍ରଶାସନିକ ଷେତ୍ରରେ ମଧ୍ୟ ରାଜ୍ୟସରକାର ସଂପୂଣ୍ନ ସହଯୋଗ କରୁଛନ୍ତି,ଏବଂ ପ୍ରଶାସନିକ ଅଧିକାରୀ ହୋଇ ଓଡିଶା କ୍ୟାଡରରେ କାମ କରିବାକୁ ଆହ୍ବାନ ଦେଇଛନ୍ତି। ଆମେରିକାର (ମିଲେଇନିଆଲ ଟ୍ରେନ ପ୍ରୋଜେକ୍ଟ),ଫ୍ରାନ୍ସର (ଟିକଟ ଫର ଚେଞ୍),ୟୁନାଇଟେଡ କିଗଂଡମ ର(ଡ୍ରାଇଭର ଫର୍ ଚେଞ୍) ଓ କାମ୍ବୋଡିଆ ,ଘାନାରେ ସଫଳତାର ସହ ଯାଗୃତିଯାତ୍ରାର ନେଟଓ୍ବାକ କାଯ୍ୟକରୁଛି। ଲୋକକୁଂ ରୋଜଗାର ଦେବା ସହ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଦିଗରେ ଏହା କାର୍ଯ୍ୟକ୍ଷମ ହେଉଛି।ଏହି ଯାଗୃତି ଯାତ୍ରାରେ ଅଂଶଗ୍ରହଣ ପାଇଁ ସାରା ଦେଶରେ ୧୫ହଜାର ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ସେଥିରୁ ୪୫୦ ଜଣ ମନୋନିତ ହୋଇଥିଲେ। ଏହିଯାତ୍ରାରେ ଥିବା ବ୍ରାଜିର ସାମ୍ବାଦିକା ଜୁଲିଆ ଫ୍ଲୋରେସ ମଧ୍ୟ ଭାରତ ଆସି ବହୁ ଖୁସି ଲାଗୁଛି ଏବଂ ସଂସ୍କୃତି ,ଦକ୍ଷିଣ ଭାରତ ଖାଦ୍ୟ ଭଲଲାଗୁଥିବା ନିଜ ବକ୍ତବ୍ୟରେ କହିଛନ୍ତି ।ଓଡିଶା ବିକାଶ ପ୍ରାଧୀକରଣର ଜଏଣ୍ଟ ସେକ୍ରେଟାରୀ ପିନାକି ପଟନାୟକ ନାନୋୟୁନିକଣ୍ନ ତରଫରୁ ଗିତାଞଳୀ ମିଶ୍ର,ସୈମେନ୍ଦ୍ର ଦାସ ,ମିଡିଆ କୋଡିନେଟର ଅରବିନ୍ଦ କୁମାର ପ୍ରମୁଖ ଉପସ୍ଥିତ ଥିବା ବେଳେ ଗ୍ରାମବିକାଶର କର୍ମକର୍ତ୍ତା ମାନେ କାଯ୍ୟକ୍ରମରେ ସହଯୋଗ କରିଥିଲେ।

Advertisement