ଆମେରିକାର ସ୍ପେଶ ଫାଉଣ୍ଡେସନ ଦ୍ୱାରା ଓଡିଶାର ଶିକ୍ଷକ ଶ୍ରୀ ଅମଜୁରୀ ବିଶ୍ଵନାଥଙ୍କୁ ଚୟନ

433
ADVERTISEMENT

କୋରାପୁଟ,୩୦।୧୨(ଡି.ଏଚ/ସୁନୀଲ ଦାସ ): ଆମେରିକା ସ୍ଥିତ କୋଲରାଡୋ ସ୍ପ୍ରିଙ୍ଗସ ର ସ୍ପେଶ ଫାଉଂଡେସନ ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମ (T.L.P) 2019 ରେ ସାମିଲ ହେଵା ପାଇଁ ବିଶ୍ୱସ୍ଥରରେ 27 ଜଣ ଉକୃଷ୍ଠ ଶିକ୍ଷକଙ୍କ ଚୟନ କରାଯାଇଛି ତାହା ଭିତରୁ ଭାରତର 5 ଜଣ ଶିକ୍ଷକ ଚୟନ ହୋଇଛନ୍ତି l ଏହି ସୂଚନା ଦ ସ୍ପେଶ ଫାଉଂଡେରେସ ଡିସ୍କୋବେରୀ ସେନ୍ଟର, କୋଲୋରାଡୋ ସ୍ପ୍ରିଙ୍ଗସ, USA ଠାରୁ ପ୍ରକାଶିତ ହୋଇଛି l ଶିକ୍ଷକ ମାନଙ୍କୁ ଅନ୍ତରୀକ୍ଷ ଓ ବିଜ୍ଞାନ ଶିକ୍ଷାର ସକ୍ରିୟ କାର୍ଯ୍ୟ ପାଇଁ ଚୟନ କରାଯାଇଛି l

ସ୍ପେଶ ଫାଉଂଡେସନ USA ଭାରତରୁ ଉର୍ଜାବାନଂ, କର୍ମଠ ଓ ପ୍ରତିଭାବାନ ଶିକ୍ଷକ ଶ୍ରୀ ଅମଜୁରୀ ବିଶ୍ୱନାଥଙ୍କୁ 16-19 ଉଡାଣ ସହ ଶିକ୍ଷକ ସମ୍ପର୍କ କାର୍ଯ୍ୟକ୍ରମ ପାଇଁ ଏକ ଅନରରାଷ୍ଟ୍ରୀୟ ଶିକ୍ଷକ ସମ୍ପର୍କ ଅଧିକାରୀ (I.T.L.O) ରୂପେ ଚୟନ କରିଛି l ଶ୍ରୀ ଅମଜୁରୀ ବିଶ୍ୱନାଥ, ସ୍ବର୍ଗୀୟ ଈଶ୍ୱର ରାଓ ଏବଂ ରତ୍ନ କୁମାରୀଙ୍କ ଜ୍ୟୋଷ୍ଠ ପୁତ୍ର ଯିଏ କି ଓଡିଶାର କୋରାପୁଟ ଜିଲ୍ଲା ସ୍ଥିତ କୋଟପାଡ଼ ଗ୍ରାମ ନିବାସି l

ବର୍ତମାନ ସେ ଛତିଶଗଡ ରାଜ୍ୟ ସ୍ଥିତ ଦନ୍ତେୱାଡା ଜିଲ୍ଲାର ଜାମ୍ବଗାଁ ଏଜୁକେସନ ସିଟିରେ ସ୍ଥିତ ଆସ୍ଥା ବିଦ୍ୟା ମନ୍ଦିର ଇଂଲିଶ ମିଡ଼ିଅମ ସ୍କୁଲରେ ଶିକ୍ଷକ ରୂପେ କାର୍ଯ୍ୟରତ ଅଛନ୍ତି l ଶ୍ରୀ ଅମଜୁରୀ ବିଶ୍ୱନାଥ ଓଡିଶା ତଥା ଛତିଶଗଡ ଦୁଇଟି ରାଜ୍ୟରୁ କେବଳ ଗୋଟିଏ ମାତ୍ର ଶିକ୍ଷକ ଯିଏକି ଅନ୍ତରରାଷ୍ଟ୍ର ସ୍ଥରରେ ସ୍ପେଶ ଫାଉଂଡେସନର ଅନ୍ତରରଷ୍ଟ୍ର ଶିକ୍ଷକ ସମ୍ପର୍କ ଅଧିକାରୀ ରୂପେ ଚୟନ ହୋଇଛନ୍ତି l ତାଙ୍କୁ କରାହ ବର୍ବରୀକ, ଶିକ୍ଷକ ସମ୍ପର୍କ କାର୍ଡିନେଟର, ସ୍ପେଶ ଫାଉଂଡେସନ, କୋଲୋରାଡୋ ସ୍ପ୍ରିଙ୍ଗସ, UAS ରୁ ଆଧିକାରୀକ ମାନ୍ୟତା ପତ୍ର ମିଳିଛି l

Advertisement