Monday, November 23, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ବାର୍ଷିକ ବନ୍ଧୁ ମିଳନ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ବାର୍ଷିକ ବନ୍ଧୁ ମିଳନ

359
ADVERTISEMENT

ବ୍ରହ୍ମପୁର,୨୯ା୧୨(ଡି.ଏଚ/ସାହେବ ନାୟକ) : ଆଜି ପ୍ରାୟ ଦିନ ୧୨.୩0 ସମୟରେ ବ୍ରହ୍ମପୁର ପାୟଲ ସିନେମା ହଲ ପାଖ ସାଇଚନ୍ଦନ କଲ୍ୟାଣ ମଣ୍ଡପ ଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ୧୯୯0-ରୁ ୧୯୯୨ମସିହା ଭିତରେ ଥିବା କାର୍ଯ୍ୟରତ ପ୍ରଫେସରେ ମାନଙ୍କୁ ନେଇ ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଥିଲା l ରାଜୀବ ପ୍ରଧାନ, ଅକ୍ଷୟ କୁମାର ପଟ୍ଟନାୟକ, ବିଷ୍ଣୁମନୁ ନାୟକ, ଏବଂ ଏ. ଦୁର୍ଯ୍ୟୋଧନ ଏହାର ଆୟୋଜନ କରିଥିଲେ l ପ୍ରଫେସର ହରିହର ଦାସ ଏବଂ ତାଙ୍କର ଧର୍ମପତ୍ନୀ, ପ୍ରଫେସର ବିଷ୍ଣୁଚନ୍ଦ୍ର ଚୌଧୁରୀ, ପ୍ରଫେସର ଜୟନ୍ତ ମହାପାତ୍ର ଏବଂ ତାଙ୍କ ଧର୍ମପତ୍ନୀ, ପ୍ରଫେସର ଅମୀୟ ସାର, ଏବଂ ତାଙ୍କ ଧର୍ମ ପତ୍ନୀ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇ ଥିଲେ l ସମସ୍ତେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ l ଏବଂ ନିଜ ବିଷୟରେ ତଥା ନିଜର ନିଯୁକ୍ତି ବିଷୟରେ ସଂକ୍ଷେପରେ କିଛି କିଛି କହିଥିଲେ l

Advertisement