ବ୍ରହ୍ମପୁର,୨୯ା୧୨(ଡି.ଏଚ): ରାଜ୍ୟର ଅନ୍ୟତମ ପ୍ରବୀଣ ଏବଂ ବରିଷ୍ଠ ସାମ୍ବାଦିକ ପ୍ରଭାତ ଦାସଙ୍କ ଅକାଳ ବିୟୋଗରେ ଡିଜିଟାଲ ମିଡ଼ିଆ ଆସୋସିଏସନ ବ୍ରହ୍ମପୁର ଅଫିସ କାର୍ଯ୍ୟାଳୟ ଠାରେ ଏକ ଶୋକ ସଭା ପ୍ରସ୍ଥବ ଆଗତ କରାଯାଇଥିଲା ।ସଙ୍ଘ ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ବର୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନଟ ନିରବ ପାଳନ କରିବା ସହ ତାଙ୍କର ସ୍ଥିତିଚାରଣ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସଙ୍ଘର ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ମିଶ୍ର , ସଞ୍ଜୟ ପଟନାୟକ ,ନିତିଶ କୁମାର ସାହୁ , ଲିଙ୍ଗରାଜ ଦାସ ,ଭଗବାନ ଦାସ ,ଜୀବନନନ୍ଦ କର ପ୍ରମୁଖ ଉପସ୍ଥିତ ଥିଲେ ।
















