କନ୍ଧମାଳ,୨୯ା୧୨(ଡି.ଏଚ/ଟିକି ଦାଣ୍ଡିଆ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ କିଛି ଦିନ ପୂର୍ବରୁ ସୂଚନା ଅଧିକାରୀ କର୍ମଚାରୀ ଅଭିମନ୍ୟୁ ପଣ୍ଡାଙ୍କୁ ଡିସେମ୍ବର ୧0ତାରିଖ ସକାଳୁ ଘରୁ ଡ଼ାକି ୨ଜଣ ଗୁଳି କରି ଫେରାର ଥିଲେ ଦୀର୍ଘ ୨0ଦିନ ପରେ ଆଜି ଏହା ପୋଲିସକୁ ବଡ଼ ସଫଳତା ମିଳିଛି ମନ୍ଦିରର ଦୋକାନ ଗୃହ ଭଡ଼ାର ବିବାଦକୁ ନେଇ ହତ୍ୟା କରିଥିବା ଜଣାପଡ଼ିଛି ଆଜି କନ୍ଧମାଳ ଆରକ୍ଷଣ ଅଧିକାରୀ ପ୍ରତୀକ ସିଂ, ବାଲିଗୁଡ଼ା ଉପଖଣ୍ଡ ଆରକ୍ଷ ଅଧିକାରୀ ମାନସ ରଞ୍ଜନ ବାରିକ, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପାଞ୍ଚଜଣଙ୍କୁ ଗିରଫ କରିଛନ୍ତି, ସେମାନେ ହେଲେ ବାଲିଗୁଡ଼ା ସୁନାପାଙ୍ଗାର ବିଶ୍ୱଜିତ ପାତ୍ର, ବାଲାଜୀ ଆଚାରି, ମୁଣ୍ଡମରେଈ ଜିଲ୍ଲା ଗଞ୍ଜାମ, ରାସବିହାରୀ ଦାସ ବଡ଼ଗଡ଼ ଜିଲ୍ଲା ଗଞ୍ଜାମ, ଓ ଆଉ ଦୁଇଜଣଙ୍କୁ ନାମ ପୋଲିସ ପ୍ରକାଶ କରିନାହାନ୍ତି । ଯେହେତୁ ପଚରାଉଚୁରା ଓ ତଦନ୍ତ ପାଇଁ ରଖା ଯାଇଛି ଆଜି କେସ ନମ୍ବର 188/19 ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।
















