Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ଡ଼ି.ଏ.ଭି ପବ୍ଲିକ ସ୍କୁଲର ଏକତ୍ରିହଂଶତମ ବାର୍ଷିକ ଉତ୍ସବ

ଡ଼ି.ଏ.ଭି ପବ୍ଲିକ ସ୍କୁଲର ଏକତ୍ରିହଂଶତମ ବାର୍ଷିକ ଉତ୍ସବ

305
ADVERTISEMENT

ବ୍ରହ୍ମପୁର,୨୮/୧୨(ଡି.ଏଚ/ଇ.ରଞ୍ଜନ) : ବ୍ରହ୍ମପୁର ଗୋସାଣି ନୁଆଁଗାଁ ସ୍ଥିତ ଡ଼ି.ଏ.ଭି ସ୍କୁଲ ପରିଷରରେ ଏକତ୍ରିହଂଶତମ ବାର୍ଷିକ ଉତ୍ସବର ଅନ୍ତିମ ସନ୍ଧ୍ୟା ମହାଆଡମ୍ବର ସହ ପାଳନ ହଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବରୁତ କୁଲାଙ୍ଗ ସଂମ୍ମାନୀତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କ୍ଷମତା ପ୍ରାପ୍ତ ପଦାଧିକାରୀକରୀ ଗୋପବନ୍ଧୁ ଦାଶ ଯୋଗଦେଇଥିଲେ l ବିଦ୍ୟାଳୟ ତରଫରୁ ପରିଚାଳନା ସମିତିର ସଭ୍ୟ ଏସ ମୁରଲୀ କ୍ରିଷ୍ଣା ସ୍ୱାଗତ ଭାଷଣ ପ୍ରଧାନ କରିଥିଲେ l ଏବଂ ସ୍କୁଲର ଭାରପ୍ରାପ୍ତ ଅଧକ୍ଷା ଧାରାଶ୍ରୀ ପାଢୀ ବାର୍ଷିକ ବିବରଣୀ ପାଠ କରିଥିଲେ l ବିଦ୍ୟାଳୟ ତରଫରୁ ଆୟୋଜିତ ଜ୍ଞାନପରୀକ୍ଷା ମାଇଣ୍ଡ ସ୍ପl ର୍କ ରେ ୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିବା କୁନି ପିଲାଙ୍କ ପିତୃମାତୃଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା l ଏବଂ ଛାତ୍ରଛାତ୍ରୀ ମାନେ ରଙ୍ଗମଞ୍ଚରେ ଗୀତ ନାଚ ଓ ସାମାଜିକ ନାଟକ ଭଳି ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ କରି ନିଜ ପିତା ମାତାଙ୍କ ମନକୁ ଉତ୍ତଫୁଲିତ କରିଛନ୍ତି l ଏହା ପରେ ବିଦ୍ୟାଳୟ ଶିକ୍ଷୟତ୍ରୀ ମାନେ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ବିଦ୍ୟାଳୟ ପରିଚାଳନାରେ ଥିବା ସମିତି ଅଧକ୍ଷ ଡା.ଡ଼ି ଜେ.ଜେ ସ୍ୱାମୀ, ଇଂ.ଏସ.ସି ଚୌଧୁରୀ, ଏସ.ଏନ ପଣ୍ଡା, ଏସ ଲକ୍ଷ୍ମୀ ନାରାୟଣ, ଭିନ୍ସେଣ୍ଟ ଦାଶ ପ୍ରମୁଖ ଉପସ୍ଥିତ ଥିବା ବେଳେ l ସହଯୋଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

Advertisement