ଆସ୍କା,୨୭।୧୨(ଡି.ଏଚ/ଗୁରୁପ୍ରସାଦ ) : ଆସିକା ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ କର୍ମୀଙ୍କ ଗହଣରେ ଆସିକା ବିଜୁ ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ଆସିକା ନିର୍ବାଚନ ମଣ୍ଡଳିର ୩୯ଟି ପଚାଂୟତର ସରପଚଂ,ସମିତିସଭ୍ୟ,୬ଟି ଜିଲ୍ଲା ପରିଷଦ ସହ ଶତାଧିକ କର୍ମୀ ମାନଙ୍କ ଦ୍ୱାରା ଏକ ବିରାଟ ମୋଟର ସାଇକେଲ ପଟୁଆର ଆସିକା ବିଜୁ ଛକ ଠାରେ କଳିଙ୍ଗରୋଡ,ବସଷ୍ଟାଣ୍ଡ,ଲକ୍ଷ୍ମୀବଜାର,ଅଶୋକା ସିନେମା ହଲ ରୋଡ, ହାଟପଦା,ନିରଞ୍ଜନନଗର,ଲାଲାଗୋର୍ଜୀ,ବଜାର ସାହି,ଖମ୍ବେଶ୍ୱରୀପାଟଣା,ବାଣିବିହାର ଦେଇ ଆସିକା ମେଡିକାଲ ଠାରେ ପହଁଚିଥିଲେ । ମେଡିକାଲ ଠାରେ ଥିବା ରୋଗୀ ମାନଙ୍କୁ ଶୀତବସ୍ତ୍ର ସହ ଫଳ ବଣ୍ଟନ କରିଥିଲେ । ଏହି ଅବସରରେ ବାଣିବିହାର କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠୀତ ହୋଇଥିଲା । ଏହି ବୈଠକ ବିଜେଡି ନେତା ଦିଲ୍ଲୀପ କୁମାର ପାଣୀଗ୍ରାହିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସାଂସଦ ପ୍ରମିଳା ବିଷୋୟୀ,ବିଧାୟିକା ମଞ୍ଜୁଳା ସ୍ୱାଇଁ,ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକ,ବ୍ଲକ ଉପାଧ୍ୟକ୍ଷା ସୁଜତା ସ୍ୱାଇଁ,କବିସୂର୍ଯ୍ୟନଗର ବ୍ଲକ ଉପାଧ୍ୟକ୍ଷା ସଙ୍ଗୀତା ସ୍ୱାଇଁ,ବିଜେଡି ଯୁବ ନେତା ଶିବ ନାହକ, ବିଜେଡି ନେତା ସତ୍ୟନାରାୟଣ ସ୍ୱାଇଁ,ବିଜୁ ଯୁବ ନେତା ସଭାପତି ଅନିଲ କୁମାର ନାୟକ,ଆସିକା ଏ.ସି.ଏମ.ପି.ସି.ଏସ ସଭାପତି ସୂର୍ଯ୍ୟକାନ୍ତ ପରିଡା,ଆସିକା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷା କଳ୍ପନା ଭୋଳ,ଜିଲ୍ଲା ପରିଷଦ ଜୋନ-୧ କୋକରାମ ଜେନା,ଜୋନ -୨ ଗୈାରହରି ବେହେରା,ଜୋନ -୩ ପ୍ରିୟମ୍ବଦା ପଟ୍ଟନାୟକ,ଜୋନ-୪ ଶିବ ଶଙ୍କର ମହାନ୍ତି, ଯୁବ ବିଜେଡି ନେତା ତଥା ଆଇନଜୀବୀ ନଚିକେତା ସ୍ୱାଇଁ,ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସମ୍ପାଦକ ବି.ମନୋଜ କୁମାର ଦୋରା,ବିଜୁ ଛାତ୍ର ଜନତା ଦଳ ନଗର ସଭାପତି ନିଗମାନନ୍ଦ ରାଉତ,ବ୍ଲକ ସଭାପତି ବିମଳ ପ୍ରଧାନ,ଜିଲ୍ଲା ସମ୍ପାଦକ ସୁକାନ୍ତ ସାହୁ,ଶଙ୍କର ପାଳ,ଦକ୍ଷିଣାଚଂଳ ଜୋନ ସମ୍ପାଦକ ସୁରେଶ କୁମାର ଡାକୁଆ,ସୋସିଆଲ ମିଡିଆ ସଂଯୋଜକ ଜିତେନ୍ଦ୍ର ମହାରଣା,ଛାତ୍ର ନେତା ଅନନ୍ତ ଭଞ୍ଜ,କାହ୍ନୁଚରଣ ଦଳେଇ,ବିଜେଡି କର୍ମୀ ପ୍ରଫୁଲ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ ।
ବିଜୁ ବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ ସହ ପ୍ରଦିପ ପ୍ରଜ୍ଜଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱର୍ଗତ ବିଜୁ ବାବୁଙ୍କ ନିତୀ ଆଦର୍ଶରେ ଆଜକୁ୨୩ ବର୍ଷ ତଳେ ବିଜେଡି ଗଠନ ହୋଇଥିଲା । ନବୀନ ବାବୁଙ୍କ ନେତୃତ୍ୱରେ ବହୁ ଜନହିତକର କାର୍ଯ୍ୟ କରି ଓଡିଶା ପ୍ରଗତିରେ ଏକ ନୂଆ ମୋଡ ଦେଇଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସ୍ୱଚ୍ଚ ଓ ନିର୍ମଳ ଶାସନର ଉନ୍ନୟନ କାର୍ଯ୍ୟରେ ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ସୁନାମ ଅର୍ଜନ କରିଛନ୍ତି । ଆଗାମୀ ଦିନରେ ସମସ୍ତ କର୍ମୀ ଦଳର ନୀତି ଆଦର୍ଶରେ ରହି ଲୋକଙ୍କ ନିକଟତର ହୋଇ ସେବା କଲେ ଦଳ ସୁଦୃଢ ହେବ ବୋଲି ବହୁ ନେତା ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଧାୟିକାଙ୍କ ଦ୍ୱାରା ଏକ କେକ କଟା ଯାଇଥିଲା । ଏହି ପ୍ରତିଷ୍ଠା ଦିବସରେ ବିଜେଡିର ମହିଳା ସଂଗଠକ ଅନିମା ପରିଡା,ଏମ.ରଶ୍ମିତା ସେନାପତି ସାଙ୍ଗକୁ ଏମ.ତାରିଣି ସେନାପତି,ଅଭିମନ୍ୟୁ ନାହକ,ସତ୍ୟବାନ ସାହୁ,ବିଜୟ ସାହୁ,ନିଗମ ମହାନ୍ତି,ସନ୍ତୋଷ ବେହେରା,ଭଗବାନ ପ୍ରଧାନ,ସଞ୍ଜୟ ଜେନା,ବିଶ୍ୱନାଥ ଜେନା,ରାଜେଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।

















