ହିିଞ୍ଜିଳିକାଟୁ, ୨୬ା୧୨ (ଡ଼ି.ଏଚ୍/ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ରାଜବାଟି ସ୍ଥିତ ରାଜମାାତା ଶରତକୁମାରୀ ଦେଓ (୭୨) ଙ୍କ ବୁଧବାର ଭୋରରେ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ତଥା କାଟୁ ରାଜାସାହେବ ଲଲାଟେନ୍ଦୁ କେଶରୀ ଭଂଜଦେଓଙ୍କ ସମତେ ପୁତ୍ରବଧୁ ତଥା ରାଜକୁମାରୀ ଓ ରାଜ ପରିବାର ବର୍ଗ ଉପସ୍ଥିତ ଥିଲେ । ସ୍ୱର୍ଗତା ରାଜମାତା ଜଣେ ମିଷ୍ଟାଭାଷୀ, ପରୋପକାରୀ ଓ ଧର୍ମପରାୟଣା ମହିଳା ଥିଲେ । ସେ ଖୋର୍ଦ୍ଧା ଜିଲ୍ଲାର ହଳଦିଆଗଡ଼ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । କାଟୁ ଗଡ଼ର ପୂର୍ବତନ ରାଜା ଲଲିତ କେଶରୀ ଭଂଜଦେଓଙ୍କୁ ବିବାହ କରିଥିଲେ । ରାଜାମାତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଅଂଚଳର ବହୁ ବ୍ୟକ୍ତି ରାଜବାଟିରେ ପଂହଚି ରାଜମାତାଙ୍କ ଶେଷ ଦର୍ଶନ କରିଥିଲେ । ମରଶରୀରକୁ ସହର ପରିକ୍ରମା ପରେ ଘୋଡ଼ାହାଡ଼ ନଦୀ ନିକଟସ୍ଥ ରାଜତୋଟାରେ ଶେଷକୃତ୍ୟ ସମ୍ପନ କରାଯାଇଥିଲା ।















