Monday, November 23, 2026
ADVERTISEMENT
Home ଆଞ୍ଚଳିକ ମୋହନାରେ ୨୩ତମ ବିଜେଡି ପ୍ରତିଷ୍ଠା ଦିବସ

ମୋହନାରେ ୨୩ତମ ବିଜେଡି ପ୍ରତିଷ୍ଠା ଦିବସ

542
ADVERTISEMENT

ଗଜପତି,୨୬।୧୨(ଡି.ଏଚ/ମୋହନ ଗୌଡ଼): ଆଜି ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି ରଞ୍ଜୀବ ଶବରଙ୍କ ସଭାପତିତ୍ୱରେ ଏବଂ ଜିଲ୍ଲା ବିଜେଡି ଉପସଭାପତି ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କ ତତ୍ୱାବଧାନରେ ଅନୁଷ୍ଠିତ । ଏହି ଦିବସରେ ୩୯ଟି ପଂଚାୟତର ଶତାଧିକ ବିଜେଡି କର୍ମୀଙ୍କ ସମେତ ଜିଲ୍ଲା ବିଜେଡି ଉପସଭାପତି ଦଣ୍ଡାସି ସାହୁ, ଚନ୍ଦ୍ରଗିରି ସରପଂଚ ନର୍ମଦା ଦଳାଇ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ରାମ ଦଳବେହେରା, ବ୍ଲକ ଅଧ୍ୟକ୍ଷା ସୁକୀ ଶବର, ପୁ୍ର୍ଣ୍ଣବାସୀ ନାୟକ, ବରିଷ୍ଟ ବିଡେଡି ନେତା ରାଜେନ୍ଦ୍ର କୁମାର ନାୟକ,ଓକିଲ ସିମାଂଚଳ କାର୍ଯୀ, ବିଳାସ ନାୟକ, ଫିରୋଜ ପଟ୍ଟନାୟକ ଆଦି କର୍ମକର୍ତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଆଦିବାସୀ ନେତା ଶରତ ମଲ୍ଲିକ ବିଜେଡିରେ ଯୋଗଦାନ କରିଥିଲେ । ତାଙ୍କୁ ଅତିଥିମାନେ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ବରିଷ୍ଟ କର୍ମକର୍ତାମାନେ ନିଜ ବକ୍ତବ୍ୟରେ ବିଜେଡି ଦଳକୁ ମଜବୁତ କରିବା, ବିରୋଧଭାବ ଛାଡି ସମସ୍ତ କର୍ମୀ ଏକ ମନରେ ଦଳ ପାଇଁ କାମ କରିବା, ଓଡିଶାରେ ବିଜେଡି ଦଳକୁ ସର୍ବ ବୃହତ ଦଳଭାବେ ସର୍ବଦା ବଜାୟ ରଖିବା ବୋଲି କହିଥିଲେ ।

Advertisement