ବ୍ରହ୍ମପୁର,୨୬।୧୨(ଡି.ଏଚ/ହିମାଂଶୁ ପାଢ଼ୀ) :ପୋଲସରା ବସଷ୍ଟାଣ୍ଡ ଠାରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ବିଧାୟକଙ୍କ ଉପସ୍ଥିତରେ ପୋଲସରା କଳମ୍ବ ସରପଞ୍ଚ, NACର ଟିଣିଆ ଗୋହିନ,ରଞ୍ଜିତ ସାହୁ, ସପ୍ନେଶ୍ୱର ପାତ୍ର, ବୁଗୁଡା NACର ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଶତାଧିକ ବିଜେପି କର୍ମୀ ଦଳ ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହେଲେ। ନିର୍ବାଚନ ମଣ୍ଡଳୀ ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ ସମିତିସଭ୍ୟ ଓ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ଥିଲେ।
















