Monday, November 23, 2026
ADVERTISEMENT
Home ଆଞ୍ଚଳିକ ରଣ୍ଢା ସରସ୍ଵତୀ ଶିଶୁ ମନ୍ଦିରରେ ୧୩ ତମ ବାର୍ଷିକ ଉତ୍ସବ

ରଣ୍ଢା ସରସ୍ଵତୀ ଶିଶୁ ମନ୍ଦିରରେ ୧୩ ତମ ବାର୍ଷିକ ଉତ୍ସବ

428
ADVERTISEMENT

ବ୍ରହ୍ମପୁର,୨୬।୧୨(ଡି.ଏଚ/କିରଣ କୁମାର ମିଶ୍ର ): ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ରଣ୍ଢା ସରସ୍ଵତୀ ଶିଶୁ ମନ୍ଦିରରେ ୧୩ ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ପାଳିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ରାମକୃଷ୍ଣ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ୫୩ନଂ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିନୋଦ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବକୁ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ରୂପେ ଶିଶୁ ମନ୍ଦିରର ସଂପାଦକ ଅନିଲ କୁମାର ପାତ୍ର,ପ୍ରଧାନ ଆଚାର୍ଯ୍ୟ କୈଳାସ ଦାସ ଏବଂ ମୁଖ୍ୟ ବକ୍ତା ଭାବରେ କ୍ଷୁଦ୍ର ଜଳସେଚନ ବିଭାଗର ଯନ୍ତ୍ରୀ ମୋନୋଜ କୁମାର ଚୌଧୁରୀ ପ୍ରମୁଖ ଯୋଗ ଦେଇ ମଞ୍ଚାସୀନ ଥିଲେ । ଛାତ୍ର ଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଶିକ୍ଷା ଅପରିହାର୍ଯ୍ୟ ବୋଲି ମୁଖ୍ୟଅତିଥି ମତ ଦେଇଥିବା ବେଳେ ଆଧ୍ୟାତ୍ମିକ, ମାନବିକ ଓ ପ୍ରାଣୀଙ୍କ ବିକାଶ ହିଁ ପ୍ରକୃତ ଶିକ୍ଷା ବୋଲି ମୁଖ୍ୟ ବକ୍ତା ଶ୍ରୀ ଚୌଧୁରୀ ମତବ୍ୟକ୍ତ କରିଥିଲେ । ଜ୍ୟୋତିରାଜ ଗୁରୁଜୀ ସ୍ବାଗତ ଭାଷଣ ଦେଇଥିବାବେଳେ ପ୍ରଧାନ ଆଚାର୍ଯ୍ୟ କୈଳାସ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ପରିଚାଳନା ସମିତିର ସଂପାଦକ ଅଳିଲ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଜ୍ଞାନ ମେଳା ଓ ବାର୍ଷିକ କ୍ରୀଡାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

Advertisement