ପାରଳାଖେମୁଣ୍ଡି,୨୬।୧୨(ଡି.ଏଚ/ପ୍ରଭାତ ପାତ୍ର ): ଗଜପତି ଏସପି ସାରା ଶର୍ମାଙ୍କ ପୁଣି ଏକ ଜନହିତକର ପଦକ୍ଷେପ ନେଇଛନ୍ତି । ସମାଜରେ ଏକ ଭିନ୍ନ ଦୃଷ୍ଟିରେ ଚଳିଆସୁଥିବା କିନ୍ନରଙ୍କୁ ସ୍ବରୋଜଗାର କ୍ଷମ ହେବାକୁ ପନ୍ଥା ଯୋଗାଇ ଦେଇଛନ୍ତି ସେମାନଙ୍କ ନିମନ୍ତେ ମୂଖ୍ୟ ଚିକିତ୍ସାଳୟ ନିକଟରେ ଖୋଲିଛନ୍ତି ସୁରଭି ଓମଫେଡ ପାରଲର। ବିଧାୟକ ନାରାୟଣ ରାଓ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଓମଫେଡ ପାରଲରକୁ ଉଦ୍ଘାଟନ କରିଛନ୍ତି। ଏସପି ସାରା ଶର୍ମାଙ୍କ ପ୍ରତ୍ସାହନରେ କିଛି ବାଦାନ୍ୟ ବ୍ୟକ୍ତି ଏଥିପାଇଁ ଅନୁଦାନ ପ୍ରଦାନ କରିଛନ୍ତି। ଆଠ ଜଣ କିନ୍ନର ଦିବାରାତ୍ର ପାର୍ଲରେ ରହି ରୋଗୀ ତଥା ସମ୍ପର୍କୀୟଙ୍କୁ ଖୀର ଦହି ତଥା ଓମଫେଡ ନିର୍ମିତ ସାମଗ୍ରୀ ବିକ୍ରୀ କରିବା ସହ ରୋଗୀଙ୍କୁ ଗରମ ପାଣି ଓ ସାହାଯ୍ୟ ସହଯୋଗ କରିବେ ବୋଲି କହିଛନ୍ତି। କିନ୍ନର ମାନଙ୍କ ସମସ୍ୟା ବୁଝି ସେମାନଙ୍କୁ ଭିକ୍ଷା ବୃତ୍ତି ଠାରୁ ନିବୃତ କରିବାକୁ ଏହିପରି ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ସ୍ବାବଲମ୍ବୀ ଓ ସମ୍ମାନ ସହ ସମାଜରେ ବଞ୍ଚିବାକୁ ସହଯୋଗ କରିଥିବାରୁ କିନ୍ନରମାନେ ଖୁସି ବ୍ୟକ୍ତ କରିଛନ୍ତି। ରାଜ୍ୟ ତଥା ଦେଶରେ ପ୍ରଥମ କରି ଏହିପରି କିନ୍ନର ମାନଙ୍କୁ ଥଇଥାନ ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଏସପି ସାରା ଶର୍ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି କିନ୍ନରମାନେ। ଅପରପକ୍ଷରେ ବିଧାୟକ ତାଙ୍କ ପାଣ୍ଠିରୁ ୩ଲକ୍ଷ, ଏବଂ ସାଂସଦ ୨ଲକ୍ଷ ଦେଇ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ ଆଗକୁ ବଢ଼ିବା ଲକ୍ଷ୍ୟ ରଖିଛନ୍ତି କିନ୍ନର।

















