Saturday, November 21, 2026
ADVERTISEMENT
Home ଆଞ୍ଚଳିକ ବଡ଼ଦିନ ଉପଲକ୍ଷେ ବ୍ରହ୍ମପୁର ସହର ଉତ୍ସବ ମୁଖର

ବଡ଼ଦିନ ଉପଲକ୍ଷେ ବ୍ରହ୍ମପୁର ସହର ଉତ୍ସବ ମୁଖର

314
ADVERTISEMENT

ବ୍ରହ୍ମପୁର ,୨୫।୧୨(ଡି.ଏଚ/ଗୁରୁ ପ୍ରସାଦ ପଟନାୟକ ) : ଆଜି ହେଉଛି ବଡ଼ଦିନ। ପ୍ରଭୁ ଯିଶୁଖ୍ରୀଷ୍ଟ ଧରାପୃଷ୍ଠରେ ଅବତରଣ କରିସାରିଲେଣି। ପ୍ରଭୁଙ୍କ ଜନ୍ମଦିନ ଅବସରରେ ରାଜ୍ୟରେ ଜୋରଦାର ପ୍ରସ୍ତୁତି କରାଯାଇଛି। ବିଭିନ୍ନ ସ୍ଥାନମାନଙ୍କରେ ଥିବା ଚର୍ଚ୍ଚ ଗୁଡ଼ିକୁ ବେଶ ସୁନ୍ଦର ଭାବେ ରଙ୍ଗବେରଙ୍ଗର ଆଲୋକ, ସାଜସଜ୍ଜାର ଦ୍ରବ୍ୟରେ ସଜାଯାଇଛି। ବ୍ରହ୍ମପୁର ସମେତ ରାଜଧାନୀ ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ପୁରୀ ଓ ଅନ୍ୟସ୍ଥାନମାନଙ୍କରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବଡ଼ ଦିନ ପାଇଁ ଲୋକେ ନିଜ ଘରକୁ ଆଲୋକ ଓ ଅନ୍ୟ ସାଜସଜ୍ଜା ଦ୍ରବ୍ୟରେ ସଜାଇଛନ୍ତି। ନୂତନ ପୋଷାକ ପିନ୍ଧିବା ସହ କେକ, ଅନ୍ୟ ମିଷ୍ଠାନ୍ନ ଖୁଆଇ ବେଶ ଆନନ୍ଦ ଉଲ୍ଲାସର ସହ ଲୋକେ ଏହାକୁ ପାଳନ କରୁଛନ୍ତି।

Advertisement