କୁକୁଡାଖଣ୍ଡି,୨୫।୧୨(ଡି.ଏଚ/ଇ.ରଞ୍ଜନ ): ଡେଗାଂପଦର ଠାରେ ସରକାରୀ ଧାନ କ୍ରୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର ,ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ପାଇକାରି ଭଣ୍ଡାର ସଭାପତି ସୁଧୀର ରାଉତ, ସନ୍ତୋଷ ଚୌଧୁରୀ, ଯୋଗାଣ ନୀରିକ୍ଷକ ପ୍ରଶାନ୍ତ ରାଓ, ସରପଞ୍ଚ ସୀତାରାମ ସାହୁ , ପ୍ରମିଳା ଜେନା ଯୋଗ ଦେଇ ଉଦଘାଟନ କରିଥିଲେ। ପ୍ରଥମ ଦିନରେ 2 ଜଣ ଚାଷୀଙ୍କ ଠାରୁ ଅନଲାଇନ ଦ୍ୱାରା ଧାନ କିଣିଥିଲେ। ନାରାୟଣପୁରର ମା ଅମ୍ବିକା ଏସଏଜି ଚାଷୀଙ୍କ ଠାରୁ ଧାନ କିଣିଥିଲେ।
ସେହିପରି ଜଗଦଳପୁର ଠାରେ ସଂଗ୍ରାମ ଏସଏଜି ଦ୍ୱାରା ମଧ୍ୟ ଧାନ କିଣିବା ପାଇଁ ମଣ୍ଡି ଖୋଲାଯାଇଛି।୭ ଜଣ ଚାଷୀ ଙ୍କ ଠାରୁ ୨୫୦ କୁଇଣ୍ଟାଲ ଧାନ କିଣାଯାଇ ଥିଲା।ସଂଗ୍ରାମ ଏସଏଜି ଗ୍ରୁପ ସଭାନେତ୍ରୀ କ୍ରାନ୍ତି କୁମାରୀ, ଏଲ. ପୁରୁଷୋତ୍ତମ ପାତ୍ରଙ୍କ ସହ ଏସଏଜିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।
















