Saturday, November 21, 2026
ADVERTISEMENT
Home ଆଞ୍ଚଳିକ କିଡ୍ସ ପ୍ଲେ ସ୍କୁଲ୍ ର ତୃତୀୟ ବାର୍ଷିକ ଉତ୍ସବ

କିଡ୍ସ ପ୍ଲେ ସ୍କୁଲ୍ ର ତୃତୀୟ ବାର୍ଷିକ ଉତ୍ସବ

231
ADVERTISEMENT

ବେଗୁନିଆପଡ଼ା,୨୫।୧୨(ଡି.ଏଚ/ହିମାଂଶୁ ପାଢ଼ୀ ) : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସ୍ଥିତ ଏ ବି ସି ଡି କିଡ୍ସ ପ୍ଲେ ସ୍କୁଲ୍ ର ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସୀମାଞ୍ଚଳ ସତପଥିଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସି ଆର୍ ସି ସି ରାଜେନ୍ଦ୍ର କୁମାର ସେଠୀ, ମୁଖ୍ୟ ବକ୍ତାଭାବେ ଜଟେଶ୍ଵର ସାହୁ, ସ୍ଵତନ୍ତ୍ର ଅତିଥି ଭାବେ ସରପଞ୍ଚ ଅରୁଣ କୁମାର ମାଝୀ, ସମିତିସଭ୍ଯ ନାରାୟଣ ବେହେରା, ସମ୍ମାନିତ ଅତିଥି ଭାବେ ଦନାର୍ଦ୍ଧନ ଦାଶ, ସନ୍ତୋଷ କୁମାର ପଣ୍ଡା, ବଦ୍ରିନାରାୟଣ ନାୟକ, ଶ୍ରୀ ରାମ ପାତ୍ର, ଶାନ୍ତନୁ କହଁର, ଅନ୍ତର୍ଯ୍ୟାମୀ ପଳତା, ହୃଷିକେଶ ପାଣିଗ୍ରାହୀ, ଶ୍ରୀ ରାମ ପାତ୍ର ପ୍ରମୂଖ ଯୋଗ ଦେଇଥିଲେ ।ବିଦ୍ୟାଳୟ ସମ୍ପାଦକ କେ. ଅଶୋକ କୁମାର ସେନାପତି ବାର୍ଷିକ ବିବରଣୀ ପାଠ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଉପସ୍ଥିତ ଅତିଥିମାନେ ଇଂଲିସ୍ ଶିକ୍ଷାର ମହତ୍ତ୍ୱ, ବିଦ୍ୟାଳୟ ହେଉଛି ଏକ ମନ୍ଦିର ଏବଂ ଏହା ହେଉଛି ମଣିଷ ତିଆରି କାରଖାନା ବୋଲି ଅଭିଭାଷଣ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତ କାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ସ୍ଵାଇଁ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ସମେତ ବହୁ ଅଭିଭାବକ, ଛାତ୍ରଛାତ୍ରୀମାନେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Advertisement