କୋଦଳା,୨୪।୧୨(ଡି.ଏଚ/ହିମାଂଶୁ ପାଢ଼ୀ ): : ସାମାଜରେ ପୁଅ ଝିଅ ସମାନ ୲ କନ୍ୟାମାନଙ୍କୁ ଅବହେଳିତ ନ କରି ମୁଖ୍ୟସ୍ରୋତରେ ସାମିଲ କରିବା ସହିତ କନ୍ୟା ଭୃଣହତ୍ୟାକୁ ରୋକିବାକୁ ସରକାରଙ୍କ ଦ୍ବାରା ପ୍ରଚଳିତ କାର୍ଯ୍ୟକ୍ରମ ହେଉଛି “ମୋ ଗେହ୍ଲା ଝିଅ” । ଏହି କାର୍ଯକ୍ରମକୁ କବିସୂର୍ଯ୍ୟନଗର ବ୍ଳକ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବୀଣାପାଣି ମିଶ୍ରଙ୍କ ନିର୍ଦ୍ଦେଶ ପ୍ରକାରେ କବିସୂର୍ଯ୍ୟନଗର ବ୍ଲକ କାର୍ଯାଳୟ ପରିସରରେ “ମୋ ଗେହ୍ଲା ଝିଅ”ଓ “ନିର୍ଭୟ କଢ଼ି “କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି କାର୍ଯକ୍ରମକୁ କବିସୂର୍ଯ୍ୟନଗର ପୂର୍ବତନ ଏନଏସି ଉପାଧକ୍ଷ୍ଯ ମନୋରଞ୍ଜନ ମହାପାତ୍ର ମୁକ୍ଷ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ , ବିଡିଓ ବାସୁଦେବ ମହାପାତ୍ର ମୁକ୍ଷ୍ଯ ବକ୍ତା , ସନମାନୀତ ଅତିଥି ଭାବେ ମହିଳା ନଗର ବିଜେଡି ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ସାହୁ , ମେଡିକଲ ଇନଚାର୍ଜ ଡଃ ସୁଶାନ୍ତ କୁମାର ମୁଖୀ , ମଞ୍ଚାସୀନ ଥିଲେ ୲ ଏହି ଅବସରରେ ଅଙ୍ଗନଵାଡୀ କର୍ମୀ, ସହାୟିକା, ସମାଜ ସେବୀ , ଷିକ୍ଷ୍ଯାବିତ , ସ୍ଵୟଂ ସହାୟକ ଗୋଷ୍ଠୀ ମା ମାନେ ଏକତ୍ରିତ ହୋଇ “ସୁକନ୍ୟା “କୁ ବନ୍ଦାପନା କରି ଫୁଲ ଚନ୍ଦନ ଦେବା ସହିତ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏଥି ସହିତ ଝିଅକୁ ଉଚିତ ଲାଳନପାଳନ କରି ଶିକ୍ଷାଦାନ ଦେଇ ସମାଜରେ ଉତ୍ତମ ମଣିଷ ରୂପେ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ ୲
















