ଯୀଶୁଙ୍କ ଜନ୍ମ ଅବସରରେ :ସାମୁହିକ ପ୍ରାର୍ଥନା କରିଥିଲେ ଖ୍ରୀଷ୍ଟପ୍ରେମି

549
ADVERTISEMENT

କନ୍ଧମାଳ ,୨୫।୧୨(ଡି.ଏଚ/ସୁରେଶ ପଣ୍ଡା ):: ଆଜି ହେଉଛି ପବିତ୍ର ବଡ଼ ଦିନ । ଖ୍ରୀଷ୍ଟ ଧର୍ମାଲମ୍ବିଙ୍କ ବିଶ୍ୱାସ ଅନୁଯାୟୀ ପ୍ରଭୁ ଯୀଶୁ ରାତି 12ଟାରେ ଧରା ପୃଷ୍ଟକୁ ଅବତରଣ କରିବେ ସେଥିପାଇଁ ଖ୍ରୀଷ୍ଟ ପ୍ରେମି ମାନେ ସଂଧ୍ୟାରୁ ହିଁ ଯୀଷୁଙ୍କ ନାମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ । ରାତ୍ର 12 ଟା ସମୟରେ ପ୍ରଭୁ ଯୀଶୁଙ୍କ ଜନ୍ମ ଅବସରରେ କେକ କାଟିବା ସହ ସାମୁହିକ ପ୍ରାର୍ଥନା କରିଥିଲେ ଖ୍ରୀଷ୍ଟପ୍ରେମି । ଏହି ଅବସରରେ ବାଲିଗୁଡ଼ାର ମୁଣ୍ଡା ସାହିର ଚର୍ଚ୍ଚ ,ବାପିଷ୍ଟ ଚର୍ଚ୍ଚ ଓ ଖଜୁରିନାଳ ଚର୍ଚ୍ଚରେ କରାଯାଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ , ପ୍ରବଳ ଶିତ ହେଉଥିଲେ ମଧ୍ୟ ଏହାକୁ ଖାତିରି ନ କରି ରାତି ସାରା ଉଜାଗର ରହି ସମୁହ ପ୍ରାର୍ଥନା ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଜି ଯାଇଥିଲେ ଖ୍ରୀଷ୍ଟ ପ୍ରେମି ଭାଇଭୋଉଣି ମାନେ । ସୁରକ୍ଷା ଦୃଷ୍ଟିରୁ ପୋଲିସ୍ ପ୍ରଶାସନ ତରଫରୁ ପ୍ରତି ଚର୍ଚ୍ଚକୁ ପିକେଟିଂ ମଧ୍ୟ ଜାରି ରଖିଥିଲେ .।

Advertisement