Monday, November 23, 2026
ADVERTISEMENT
Home ଆଞ୍ଚଳିକ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟିତ

500
ADVERTISEMENT

ବ୍ରହ୍ମପୁର,୨୪/୧୨,(ଡି.ଏଚ/ହିମାଂଶୁ ପାଢୀ/ଇ.ରଂଜନ/ସୁଦାମ ): ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କଲେ ଗୋପାଳପୁର ବେଳାଭୂମି ମହୋତ୍ସବ ।୫ଦିନ ଧରି ଚାଲିବାକୁ ଥିବାରେ ବିଭିନ୍ନ ରଂଗାରଂଗ ସାଂସ୍କୃତିକ କାଯ୍ୟକ୍ରମ ସହ ବଲିଉଡ,ଓଲିଉଡ ର ସିଗଂର ଓ କଳାକାର ମାନେ ଯୋଗଦେବେ। ମହୋତ୍ସବ ସହିତ ମୁଖ୍ୟମନ୍ତ୍ରୀ ପଲ୍ଲିଶ୍ରୀ ମେଳା ଓ ହର୍ବାଲ୍‌ ମେଳାର ଶୁଭାରମ୍ଭ କଲେ । ଆଜିଠୁ ଦୁଲୁକିବ ଗୋପାଳପୁର ବେଳାଭୂମି। ଦୀର୍ଘ ୫ ଦିନ ଧରି ଝୁମିବ ଗୋପାଳପୁର ଏବେ ଝୁମିବେ ଲୋକ। ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ପ୍ରଥମ ଦିନରେ ଦର୍ଶକଙ୍କ ଆକର୍ଷଣ ପାଲଟିବେ ପ୍ରଖ୍ୟାତ କଣ୍ଠଶିଳ୍ପୀ ସୋନୁ ନିଗମ। ଦୀର୍ଘ ୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ୨୦୦ରୁ ଅଧିକ ଷ୍ଟଲ ଓ ପଲିଶ୍ରୀ ମେଳା ସ୍ଥାନ ପାଇଛି। ଏହାସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ହର୍ବାଲ ମେଳାର ମଧ୍ୟ ଆୟୋଜନ କରାଯାଇଛି।ଏହାକୁ ଜାତୀୟ ସ୍ତରରେ ମାନ୍ୟତା ପାଇଁ ଜିଲ୍ଲା ପ୍ରଶାସନ ତପ୍ତର।

Advertisement