Monday, November 23, 2026
ADVERTISEMENT
Home ଆଞ୍ଚଳିକ ଗଣିତ ବିଭାଗର ଆନ୍ତଃ ମହାବିଦ୍ୟଳୟ ଆଲୋଚନା ଚକ୍ର ଅନୁଷ୍ଠିତ

ଗଣିତ ବିଭାଗର ଆନ୍ତଃ ମହାବିଦ୍ୟଳୟ ଆଲୋଚନା ଚକ୍ର ଅନୁଷ୍ଠିତ

221
ADVERTISEMENT

କୁକୁଡାଖଣ୍ଡି,୨୪/୧୨,(ଡି.ଏଚ/ଇ.ରଞ୍ଜନ ) :କୁକୁଡାଖଣ୍ଡି ବିଜ୍ଞାନ ସ୍ମାତକ ମହାବିଦ୍ୟାଳୟର ଗଣିତ ବିଭାଗରେ ଜାତୀୟ ଗଣିତ ଦିବସ ଅବସରରେ ଆନ୍ତଃ ମହାବିଦ୍ୟଳୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ତଥା ଗଣିତ ବିଭାଗର ଅଧ୍ୟାପକ ଶ୍ରୀ କମଳ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଉଚ୍ଚଶିକ୍ଷା ନିର୍ଦ୍ଧେଶକ ଡ଼ଃ .ଲକ୍ଷ୍ମୀକାନ୍ତ ତ୍ରିପାଠୀ ,ସଂମ୍ମାନୀୟ ଅତିଥି ପୂର୍ବତନ dlc ଶ୍ରୀ ସେସଦେବ ସାହୁ , ମୁଖ୍ୟବକ୍ତା ଭାବେ ବଳିଷ୍ଟ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଭଗବାନ ସାହୁ ,ଅତିଥି ଭାବେ ବିଜ୍ଞାନ ମହାବିଦ୍ୟାଳୟର (ସ୍ୱୟଂଚାଳିତ ହିଞ୍ଜିଳିକାଟୁର ଗଣିତ ବିଭାଗ ମୁଖ୍ୟ ଡ଼ଃ କେ .ଦେବେନ୍ଦ୍ର ସେନାପତି ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ନିଜ ନିଜ ସନ୍ଦର୍ଭ ଉପସ୍ଥାପନ କରିଥିଲେ ।
ଡ଼ଃ ତ୍ରିପାଠୀ ଆଲୋଚନା ଚକ୍ରରେ ଗଣିତର ଆଧୁନିକ ଉପଯୋଗୀତା ବର୍ଣ୍ଣନା କରିବା ସହ ଛାତ୍ର ଛାତ୍ରୀମାନଙ୍କୁ ଗବେଷଣା ଭିତ୍ତିକ ଅଧ୍ୟୟନ ପାଇଁ ଉତ୍ସାହିତ କରିଥିଲେ । ଶ୍ରୀଯୁକ୍ତ ସାହୁ ଗଣିତ ଚେତନାରେ ଜୀବନ ଶୈଳୀ ବର୍ଣ୍ଣନା କ୍ରୀତଥିଲେ । ଡ଼ଃ ସେନାପତି ଆଧୁନିକ ଗଣିତରେ ଆଲୋଚନା ଚକ୍ରରେ ମୂଲ୍ୟବୋଧ ବିଷୟରେ ଅବଗତ କରାଇଥିଲେ ।ସଭା ଶେଷରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ କମାଲ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ମାନଙ୍କ ସହଯୋଗରେ ଆଲୋଚନା ଚକ୍ରଟି ସମାପନ ହୋଇଥିଲା ।

Advertisement