Saturday, November 21, 2026
ADVERTISEMENT
Home ଆଞ୍ଚଳିକ ସରସ୍ବତୀ ଶିଶୁ ମନ୍ଦିର ଡୁରାର ବାର୍ଷିକ ଉତ୍ସବ

ସରସ୍ବତୀ ଶିଶୁ ମନ୍ଦିର ଡୁରାର ବାର୍ଷିକ ଉତ୍ସବ

397
ADVERTISEMENT

ବ୍ରହ୍ମପୁର,୨୪/୧୨(,ଡି.ଏଚ/ଗୁରୁପ୍ରସାଦ ) : ସୋମବାର ଦିନ ବ୍ରହ୍ମପୁର ନିକଟସ୍ଥ ଡୁରା ଗ୍ରାମର ସାରସ୍ୱତିଶିଶୁ ମନ୍ଦିରରେ ସପ୍ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଡୁରା ନାସନାଲ ହାଇସ୍କୂଲ କ୍ରୀଡା ଶିକ୍ଷକ ଶ୍ରୀ ଚନ୍ଦ୍ର କଳ୍ପେଶ୍ବର ସାହୁ ମୁଖ୍ୟ ଅତିଥି ଏବଂ ଗଉଁଯୁ ହାଇସ୍କୂଲ କ୍ରୀଡା ଶିକ୍ଷକ ତାରିଣୀ ଚରଣ ପଣ୍ଡା, ରଙ୍ଗେଈଲୁଣ୍ଡା ହାଇସ୍କୂଲ କ୍ରୀଡା ଶିକ୍ଷକ ଶ୍ରୀ ଖିରୋଦ କୁମାର ସାହୁ, ସଂମ୍ମାନିତ ତଥା ଅନୁଷ୍ଠାନର ସଭାପତି ଶ୍ରୀ ଗୋପୀନାଥ ପାତ୍ର ସମ୍ପାଦକ ଶ୍ରୀ ବାସୁଦେବ ଲିମା ସହ ସମ୍ପାଦକ ଶ୍ରୀ ବିଜୟ ଚନ୍ଦ୍ର ପ୍ରଧାନ , ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶିବରାମ ପ୍ରଧାନ ଶାରୀରିକ ପ୍ରମୁଖ ଶ୍ରୀମତୀ ଲିପ୍ସିତା ଦାସ ସହ ସମସ୍ତ ଗୁରୁଜୀ ଗୁରୁମା ଉଦଘାଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଶିବରାମ ପ୍ରଧାନ ଅତିଥି ପରିଚୟ ସହ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ଆଗନ୍ତୁକ ଅତିଥି ମାନେ ନିଜ ଅଭିଭାଷଣରେ କ୍ରୀଡାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସମସ୍ତ ଅତିଥି ସଭାପତି ଓ ସମ୍ପାଦକ ପତାକା ଉତ୍ତୋଳନ କରି କ୍ରୀଡା ଆରମ୍ଭର ଘୋଷଣା କରିଥିଲେ । ପରିଶେଷରେ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement