ବାଲିଗୁଡା ,୨୪/୧୨,(ଡି.ଏଚ/ସୁରେଶ ପଣ୍ଡା ) : ଦିନକ ପରେ ବଡ଼ ଦିନ ଧରା ପୃଷ୍ଟକୁ ଅବତରଣ କରିବେ ପ୍ରଭୁ ଯୀଶୁ ସେଥିପାଇଁ ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜ୍ଜେଇ ହେଲାଣି କନ୍ଧମାଳର ବିଭିନ୍ନ ଚର୍ଚ୍ଚ । ଖାଲି ଚର୍ଚ୍ଚ ସଜା ନୁହେଁ ନାଚଗିତ ପ୍ରାର୍ଥନା ମଧ୍ୟ ଅଭ୍ୟାସ କରାଯାଉଛି ।ଏହି ବଡଦିନକୁ ପାଳନ କରିବାପାଇଁ ଘରେଘରେ ପହଞ୍ଚିଲେଣି ଆତ୍ମୀୟ ସୋଜନ । ନୁଆ ଡ୍ରେସ୍ ଓ ଆବଶ୍ୟକ ଉପକରଣ ଆଣିବାକୁ ଦୋକାନ ବଜାର ରେ ଗହଳି । ବଡଦିନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।
















