ପୁରୁଷୋତ୍ତମପୁର,୨୩।୧୨:(ଡି.ଏଚ/ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅଧିନ ଗାଙ୍ଗଦହଣୀ, ତାରାତାରିଣୀ, ଭାଟକୁମରଡା ସେବା ସମବାୟ ସମିତି ପରିସରରେ ଧାନ ମଣ୍ଡି ଆଜି ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନରେ ୧୦୦କ୍ବିଣ୍ଟାଲ ଧାନ କିଣାଯାଇଛି । ବିଡିଓ ସିମାଞ୍ଚାଳ ମହାନ୍ତି, ତହସିଲଦାର ଅରୁଣ କୁମାର ନାୟକ,ବ୍ଲକଯୋଗାଣ ଅଧିକାରୀ ସ୍ନେହ ସିନି ବେହେରା, ,ସମବାୟ ସମ୍ପାଦକ,ଚାଷୀ, ମିଲର୍ ମାନେ ,ପଞ୍ଚାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକରେ ଥିବା ଅନ୍ୟ ୧୭ଟି ସେବା ସମବାୟ ସମିତି,୩ଟି ସ୍ବୟଂ ସହାୟିକା ଗୋଷ୍ଠୀକୁ ଟୋକେନ ଆସିଲେ ଧାନ କିଣାଯିବ ବୋଲି ସୂଚନା ମିଳିଛି। ଏହି ବ୍ଲକର ୨୮ଟି ମିଲକୁ ବର୍ତ୍ତମାନ ଧାନ କିଣିବାକୁ ଅନୁମତି ମିଳିଥିବା ଯୋଗାଣ ଅଧିକାରିଣି ସ୍ନେହାସିନୀ ବେହେରା ସୂଚନା ଦେଇଛନ୍ତି ।

















