ବ୍ରହ୍ମପୁର,୨୩/୧୨(ଡି.ଏଚ/ଇ.ରଞ୍ଜନ):ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିବା ବେଳେ ବ୍ରହ୍ମପୁର ନିକଟବର୍ତ୍ତୀ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଶତାଧିକ ଲୋକ ଆସି ନିଜନିଜର ବିଭିନ୍ନ ସମସ୍ୟା ଭିତ୍ତିକ ଜିଲ୍ଲାପାଳଙ୍କ ବୈଠକରେ ଅଭିଯୋଗ କରିଥିଲେ l ଏଥି ବ୍ୟତୀତ କନିସି ବ୍ଲକ ଅନ୍ତର୍ଗତ ଭାଲିଆଗଡ଼ ଗ୍ରାମର କେ.କାନ୍ତl ରାଓ ନାମକ ଭିନ୍ନକ୍ଷମ ଝିଅଟି ଦୀର୍ଘ ଦିନ ଧରି ତାଙ୍କ ପରିବାର ବର୍ଗ ସହ ଡେରାଡୁନ ଯାଇ ଦୈନିକ ମଜୁରିଆ ଭାବେ ଘରୋଇ କମ୍ପାନୀରେ କାର୍ଯ୍ୟ ତୁଲାଇ ନିଜର ଜୀବିକା ମେଣ୍ଟlଉ ଥିଲେ l ହଠାତ କୌଣସି କାର୍ଯ୍ୟ ନମିଳିବାରୁ ସେ ନିଜ ଜନ୍ମସ୍ଥାନକୁ ଫେରିଥିଲେ l ଗରିବ ହୋଇଥିବା ସକାଶେ ଭିନ୍ନକ୍ଷମ ଝିଅଟିକୁ ସରକାରୀ ସ୍ତରରେ ମିଳୁଥିବା ବିକଳାଙ୍ଗ ଭତ୍ତା ସୁବିଧାରୁ ବଞ୍ଚିତ ହୋଇଅଛି l ସେହି ଝିଅ ଟିର ଦୁଃଖ ଓ ଦୁର୍ଦଶାକୁ ସେହି ଗ୍ରାମ ଅନ୍ତର୍ଗତ ମାଣିକପୁର ଗ୍ରାମର କେ.କୁମାର ପାତ୍ର ନାମକ ଯୁବକ ସହ୍ୟ ନକରିପାରି ଯୁବକ ଜଣକ ଭିନକ୍ଷମଝିଅ କୁ ନେଇ ବ୍ଲକ ଏବଂ ବିଭିନ୍ନ କାର୍ଯ୍ୟଳୟ ଘୁରିବୁଲି ନିରାଶ ହେବା ପରେ ଶେଷରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶେଷ ସୋମବାର କାର୍ଯ୍ୟସମ୍ପାଦନ ଲକ୍ଷ୍ୟକୁ ଦୃଷ୍ଟିକୁ ନେଇ ଦୃଢମନରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଂଚିଥିଲେ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଉପସ୍ଥିତ ଥିବା କନିସି ବିଡ଼ିଓଙ୍କୁ ସମସ୍ୟା ସମାଧାନ ନିମନ୍ତେ ନିର୍ଦେଶ ଦେଲେ l ଏହାପରେ ସମାଜସେବା ରେ ଲିପ୍ତ ଥିବା କେ. କୁମାର ପାତ୍ର ଓ ବିକଳାଙ୍ଗ ଯୁବତୀ କେ କାନ୍ତl ରାଓ ଖୁସୀ ମନରେ ଘରକୁ ଫେରିଥିଲେ l
















