Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଖ୍ରୀଷ୍ଟମାସ ଉପଲକ୍ଷେ :ପ୍ରଶାସନ ତରଫରୁ ଶାନ୍ତି କମିଟି ବୈଠକ

ଖ୍ରୀଷ୍ଟମାସ ଉପଲକ୍ଷେ :ପ୍ରଶାସନ ତରଫରୁ ଶାନ୍ତି କମିଟି ବୈଠକ

337
ADVERTISEMENT

ବାଲିଗୁଡ଼ା,୨୩।୧୨:(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାରେ ବଡ଼ଦିନ ଓ ଦୟା ମଲିକ ଶ୍ରାଦ୍ଧ ଦିବସ ଉପଲକ୍ଷେ ଏକ ବୈଠକ କରାଯାଇଛି ଏହି ବୈଠକରେ ବାରଖମା ପଞ୍ଚାୟତର ବରିଷ୍ଠ ସମାଜ ସେବି ତଥା ପୁର୍ବତନ ସରପଞ୍ଚ ନୀଳାମ୍ବର ପାତ୍ର, ଖ୍ରୀଷ୍ଟିଆନ ଧର୍ମ ଅବଲମ୍ବି କମିଟି ସଭାପତି ଲଳିତ ନାୟକ, ସମ୍ପାଦକ ପ୍ରକାଶ ନାୟକ, ପିତାମ୍ବର ନାୟକ, ପ୍ଲାବନ ନାୟକ, କମିଟିର ସଭ୍ୟ ମାନଙ୍କ ଦ୍ୱାରା ବୈଠକ କରାଯାଇଛି ଏହି ବୈଠକରେ ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବା ସହ ଏହି ବୈଠକ ଡିସେମ୍ବର 25 ଆସିଲେ ହିଁ ଏହି ବୈଠକ ହେଉଛି ଏହା ଯଦି ଏକ ମାସ ପୂର୍ବରୁ ହୋଇଥାନ୍ତା ତାହାହେଲେ ଭଲ ହେବ ବୋଲି ଆସିଥିବା କମିଟିର ମତ ଏନେଇ ଜିଲ୍ଲା ଆରକ୍ଷଣ ଅଧିକାରୀଙ୍କୁ ଜଣାଯିବ ବୋଲି କହିଛନ୍ତି ବାଲିଗୁଡ଼ା ପୋଲିସ ଅଧିକାରୀ ଶିବଶଙ୍କର ଅଲଦା, ରବୀନ୍ଦ୍ର ମୁର୍ମୁ, ବାରଖମା ପୋଲିସ ଅଧିକାରୀ ଦୀପକ ରାଉତ ସୂଚନା ଦେଇଛନ୍ତି ।

Advertisement