ବ୍ରହ୍ମପୁର ,୨୩।୧୨:(ଡି.ଏଚ /ଇ.ରଞ୍ଜନ) : ବ୍ରହ୍ମପୁର ନୀଳକଣ୍ଠ ଶିଶୁ ବିଦ୍ୟା ମନ୍ଦିରରେ ୩୮ତମ ବାର୍ଷିକ ଉତ୍ସବ ମହାଆଡମ୍ବର ସହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରଥମ ପର୍ଯ୍ୟାୟରେ ସ୍ମlତକ ଓ ସ୍ନାତକେlତର ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧ୍ୟୟନ ନିମନ୍ତେ ଊର୍ଦ୍ଧିଷ୍ଟ ଭୂମିର ଶୁଭ ଉଦ୍ଘାଟନ କରିଥିବା ବେଳେ l ଦ୍ୱିତୀୟ ଅଧିବେଶନ ରେ ମଞ୍ଚସ୍ଥ ନିମନ୍ତେ ପ୍ରାରମ୍ଭରେ ଅନୁଷ୍ଠାନ ଅଧକ୍ଷ ଏସ ମୋହନ ରାଓ ସ୍ୱାଗତ ଜଣାଇ ତାଙ୍କୁ ପୁଷ୍ପମାଳ ଦେଇ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ l ମଞ୍ଚ ଉପରସ୍ଥ ଅତିଥିଙ୍କୁ ସମ୍ୟକ ପରିଚୟ ପ୍ରଧାନ କରିଥିଲେ l

ପରେ ଶିଶୁ ମାନଙ୍କ ଦ୍ୱାରା କୋକିଳ କଣ୍ଠରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଥିଲା l ଏହାପରେ ଅନୁଷ୍ଠାନ ପରିଚାଳନା ସମ୍ପାଦକ ନାରାୟଣ ପଣ୍ଡା ସ୍ୱାଗତ ଭାଷଣ ପ୍ରଧାନ କରିଥିଲେ l ପରବର୍ତ୍ତୀ କ୍ରମରେ ବିଦ୍ୟାଳୟର ବର୍ଷ ବ୍ୟାପି ସମ୍ପାଦିତ ହଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା କୃତିତ୍ୱର ହାସଲ କରିଥିବା ନେଇ ପ୍ରଧାନଆଚାର୍ଯ୍ୟ ଉମାଧବ ମହାନ୍ତି ମତବ୍ୟକ୍ତ କରିଥିଲେ l ମୁଖ୍ୟ ବକ୍ତାଭାବେ ଅବସର ପ୍ରାପ୍ତ ଦୁର୍ନୀତି ନିବାରଣ ବିଭାଗର ଅଧିକ୍ଷକ ଦେବଦତ୍ତ ପଟ୍ଟନାୟକ ଶିଶୁଙ୍କୁ ମାର୍ଗଦର୍ଶନ ଦେଇ ଥିଲେ l ଚଳିତ ବର୍ଷ ମେଡିକାଲ ପ୍ରବେଶିକା ପରୀକ୍ଷାରେ ମନନୀତ ହଇଥିବା 47 ଜଣ ହାଇଥିବା ବେଳେ ଆଇଜର ନିମନ୍ତେ ୮ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ଶ୍ରୀଯୁକ୍ତ ପ୍ରଧାନ ସମ୍ବର୍ଦ୍ଧିତ କରି ଛାତ୍ରଛାତ୍ରୀଙ୍କୁ ଆଶ୍ରିବାଦ ଦେଇ ଆଗାମୀ ଦିନମାନଙ୍କରେ ଏହି ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ବଡ଼ ବଡ଼ ସୁନାମଧନ୍ୟ ଡାକ୍ତର ଭାବେ ଦେଶର ଗର୍ବ ଗୌରବର ଏକ ପ୍ରେରଣା ଦେଖାଦେବ ବୋଲି ନିଜର ମତବ୍ୟକ୍ତ କରିଥିଲେ lଏହି ମଞ୍ଚରେ ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇଥିଲେ l ଏଥିରେ ରାଜ୍ୟ ରବରବୋର୍ଡର ସଭାପତି ବୃଗୁବକ୍ସି ପାତ୍ର, ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପରିଚାଳନା ସମିତି ଅଧକ୍ଷ ଶ୍ରୀକାନ୍ତ ମହାପାତ୍ର, ମମତା ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏବଂ ଶେଷରେ ଶିଶୁ ମାନଙ୍କୁ ନେଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏଥିରେ ବିଦ୍ୟାଳୟର ଦୈନିକ ଶିକ୍ଷା ଦାନ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ଅନେକ ଅନେକ କାର୍ଯ୍ୟରେ ସହଯୋଗରେ ଲିପ୍ତରହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ l
















