Monday, November 23, 2026
ADVERTISEMENT
Home ଆଞ୍ଚଳିକ ମାନବିକତା ଦେଖାଇଲେ ଜିଲ୍ଲାପାଳ,ଆହତକୁଂ ହସ୍ପିଟାଲ ନେଲେ

ମାନବିକତା ଦେଖାଇଲେ ଜିଲ୍ଲାପାଳ,ଆହତକୁଂ ହସ୍ପିଟାଲ ନେଲେ

676
ADVERTISEMENT

ବ୍ରହ୍ମପୁର,୨୨।୧୨(ଡି.ଏଚ/ହିମାଂଶୁ ପାଢୀ) : ମାନବିକତା ଦେଖାଇ ପୁଣି ଚର୍ଚ୍ଚାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ।ଜଣେ ଆହତ ବ୍ୟକ୍ତିଙ୍କୁ ନିଜ କାରରେ ମେଡିକାଲ ପହଞ୍ଚାଈ ପୁଣି ସେ ଚର୍ଚ୍ଚାରେ ରହିଛନ୍ତି । ଆଜି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି l ସକାଳ 9:00 ସମୟରେ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳିକାଟୁରୁ ଶେରଗଡ଼ ବ୍ଲକରେ ଅନୁଷ୍ଠିତ ହେଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ମାରୁଡି ଗ୍ରାମରେ ଏକ ବ୍ୟକ୍ତି ଶିବ ପ୍ରଧାନ ନାମକଂ ସହ ଏକ ସଡକ ଦୃଘଟଣା ଘଟିଥିଲା ଏହି ସମୟରେ ଗଞ୍ଜାମ ଜିଲ୍ଲାପାଳ ମାନବିକତାର ଉଦାହରଣ ସାଜି ନିଜ ଗାଡିରେ ବସେଇ ହିଞ୍ଜିଳିକଟୁ ଡାକ୍ତରଖାନାରେ ଭର୍ତି କରି ନିଜ ଉପସ୍ଥିତରେ ରହି ଡାକ୍ତରଙ୍କୁ ପରାମର୍ଶ କ୍ରମେ ଚିକିତ୍ସା କରିଥିଲେ l ଏମିତି ଜିଲ୍ଲାପାଳଙ୍କ ପାଇଁ ଆମ ଓଡ଼ିଆ ଗର୍ବିତ ଓ ଆମେ ଗର୍ବିତ ଅନୁଭବ କରୁଛୁ। ଦୁର୍ଘଟଣାରେ ଜଣେ ବ୍ୟକ୍ତି ଶିବରାମ ପ୍ରଧାନ ଆହତ ହୋଇ ତଳେ ପଡି ଛଟପଟ ହେଉଥିବା ଜିଲ୍ଲାପାଳ ଦେଖିବାକୁ ପାଇଥିଲେ। ଅନ୍ୟ ପଟେ ସ୍ଥାନୀୟ ଲୋକେ ୧୦୮କୁ ଫୋନ କରିଥିବେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଆମ୍ବୁଲାନ୍ସକୁ ଅପେକ୍ଷା ନକରି ମାନବିକତା ଦେଖାଇଲେ ଜିଲ୍ଲାପାଳ। ଆହାତ ଶିବରାମଙ୍କୁ ନିଜ ସହକମୀଙ୍କ ସହଯୋଗରେ ନିଜ କାରରେ ଆଣି ହିଂଜିଳି ମେଡିକାଲରେ ଭର୍ତ୍ତି କଲେ।ତାକଂ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ହିଞ୍ଜିଳିକାଟୁ ଡାକ୍ତରଖାନାର ଡାକ୍ତର ମାନେ ଶିବାରାମଙ୍କୁ ସଗେଂସଗେଂ ଚିକିସ୍ଛା କରିଥିଲେ । ଗଂଜାମ ଜିଲ୍ଲାପାଳଙ୍କ ମହାନତା ପାଇଁ ସବୁମହଲରେ ପ୍ରଶଂସା କରାଯାଇଛି। ଶିବରାମଙ୍କ ମୋପେଡ ଗାଡି(ଓଡି୦୭କେ୦୩୫୬)ସହ ଏକ (ଓଡି୦୭ଆର୬୫୭୩)ଟାଟାଏସି ସହ ଧକ୍କା ହୋଇଥିଲା।

Advertisement