Monday, November 23, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁରରୁ ମେଘାଳୟ ଯାଇଥିବା ସ୍ଥଳପଥ କ୍ୟାମ୍ପ ନିମନ୍ତେ ୬୫ଶିକ୍ଷାର୍ଥୀଙ୍କ ଆଜି ବ୍ରହ୍ମପୁର ଗ୍ରସ୍ତ

ବ୍ରହ୍ମପୁରରୁ ମେଘାଳୟ ଯାଇଥିବା ସ୍ଥଳପଥ କ୍ୟାମ୍ପ ନିମନ୍ତେ ୬୫ଶିକ୍ଷାର୍ଥୀଙ୍କ ଆଜି ବ୍ରହ୍ମପୁର ଗ୍ରସ୍ତ

249
ADVERTISEMENT

ବ୍ରହ୍ମପୁର,୨୨।୧୨(ଡି.ଏଚ/ଇ.ରଞ୍ଜନ) : ବ୍ରହ୍ମପୁର ସହରରୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ୦୯ ତାରିଖ ଠାରୁ ବାହାରି ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇ ମେଘାଳୟର ରାଜଧାନୀ ସିଲିଙ୍ଗ ଠାରେ ବହୁ ବିଳମ୍ବରେ ୧୧ ତାରିଖରେ ପହଂଚି ଥିଲେ l ଜାତୀୟ ସ୍ତରରେ ଥିବା ତାଲିମ କ୍ୟାମ୍ପ ସ୍ଥଳବିଭାଗ ଶିବିରରେ ଅନୁଷ୍ଠିତ ୧୧ ତାରିଖ ଠାରୁ ୧୮ତାରିଖ ଦୀର୍ଘ ୭ଦିନିଆ କ୍ୟାମ୍ପର ତାଲିମ ପାଇଥିଲେ l ସେଠାରୁ ଆସି ୬୫ଜଣ ଶିକ୍ଷାର୍ଥୀ ବାହିନୀ କହିବା ଅନୁଯାୟୀ ସେମାନେ ୯ତାରିଖରୁ ଟ୍ରେନ ଯୋଗେ ୧0 ତାରିଖ ବେଳଥାଉ ଥାଉ ଗୋହାଟିରେ ପହଂଚି ଶୀଘ୍ର ବାହାରି ବସ ଯୋଗେ କ୍ୟାମ୍ପ ସ୍ଥାନରେ ପହଂଚି ବାର ଲକ୍ଷ୍ୟ ଥିଲା କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ନାଗରିକ ଆଇନକୁ ବିରୋଧ ଯୋଗୁଁ ଟ୍ରେନ ଗୁଡିକ ବିଳମ୍ବରେ ଚାଲିଥିବାରୁ ସେମାନେ ଗୋହାଟିରେ ବିଳମ୍ବରେ ପହଂଚିଥିଲେ । ସେତେବେଳେ ବସ ସମୟ ଗଡି ଯାଇଥିଲା ସେମାନଙ୍କ ସାଙ୍ଗରେ ଥିବା ଆର୍ମି ଏନ.ସି.ସି ଓଡିଶା ଅଫିସର ଗୋପାଳ ମିଶ୍ର ସେଠାରେ ଥିବା ଆର୍ମି ବଙ୍ଗଳlକୁ ନେଇ ସେଠାରେ ରାତ୍ରି ଯାପନ ଅବା ରହିବା ସହ ଖାଇବା କରିଥିଲେ । ଏବଂ ସେମାନଙ୍କ ଠାରୁ ବିଭିନ୍ନ ଗୁଳି ବାରୁଧ ଉପରେ ଜ୍ଞାନ ଆହାରଣ କରିଥିବା କହିବା ସହ ୧୯ ତାରିଖ ଆସିବା ସମୟରେ ମଧ୍ୟ ଟ୍ରେନ ବାତିଲ ଥିବାରୁ ସେଠାରେ ରହି ପରେ ୨0 ଯାତ୍ରା ଆରମ୍ଭ କରି ୨୧ ତାରିଖରେ ପୂର୍ବାହ୍ନରେ ବ୍ରହ୍ମପୁରରେ ପହଂଚି ଥିଲେ l

Advertisement