Monday, November 23, 2026
ADVERTISEMENT
Home ଆଞ୍ଚଳିକ ବାଣିଶ୍ରୀ ବିଦ୍ୟାମନ୍ଦିରେ ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ବାଣିଶ୍ରୀ ବିଦ୍ୟାମନ୍ଦିରେ ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

268
ADVERTISEMENT

ବ୍ରହ୍ମପୁର,୨୨।୧୨(ଡି.ଏଚ/ହିମାଂଶୁ ପାଢ଼ୀ ) : ଗୋଳନ୍ଥରା ସ୍ଥିତ ବାଣିଶ୍ରୀ ବିଦ୍ୟାମନ୍ଦିରେ ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ବିଦ୍ୟାଳୟଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ସଭାପତି ଯୁଧିଷ୍ଠିର ଭଞ୍ଜସାମନ୍ତଙ୍କ ସଭାପତିତ୍ୱରେ ଚାଲିଥିବା ଏହି ୨୯ତମ ବାର୍ଷିକ କ୍ରୀଡ଼ାକୁ ମୁଖ୍ୟ ଅତିଥି ଭାବେ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାଇକ ଯୋଗ ଦେଇ ବାର୍ଷିକ କ୍ରୀଡ଼ାକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଦ୍ୟାମନ୍ଦିରର ସଂପାଦକ ବିଘ୍ନରାଜ ଜେନା, ସାମ୍ବାଦିକ ଟୁଟୁ ମହାପାତ୍ର ,ଯୁଗ୍ମ ସଂପାଦକ ତଥା ଯୁବ ସାମ୍ବାଦିକ ସୁଦର୍ଶନ ରାଉଳ,କୃଷ୍ଣ ଚନ୍ଦ୍ର ଜେନା, ଗୋପାଳ ସେଠୀ ପ୍ରମୁଖ ଯୋଗଦେଇ ଥିଲେ । ଛାତ୍ରଛାତ୍ରୀମାନେ ହନୁମାନ ମନ୍ଦିରରୁ ଆଣିଥିବା ମଶାଲକୁ ଗ୍ରହଣ କରିବା ସହ କ୍ରୀଡ଼ା ପତାକା ଉତୋଳନ କରିଥିଲେ ଶ୍ରୀ ନାଇକ। ପିଲାମାନେ ପାଠ ପଡିବା ସାଙ୍ଗକୁ ଖେଳକୁଦ ପ୍ରତି ମଧ୍ୟ ଆଗ୍ରହ ହେବା ଉଚିତ, ପ୍ରାଚୀନ ଆଶ୍ରମ ଶିକ୍ଷାପ୍ରଣାଳୀରେ ଶିକ୍ଷା ବ୍ୟବସ୍ଥାରେ କ୍ରୀଡ଼ା ଯୋଡି ହୋଇଯାଇଥିଲା । ଏହା ବର୍ତ୍ତମାନ ମଧ୍ୟ ଚାଲିଛି । ଏହା ଦ୍ୱାରା ଶିକ୍ଷାର୍ଥୀଙ୍କର ଶାରୀରିକ ଏବଂ ମାନସିକସ୍ତରରେ ବିକାଶ ହୋଇଥାଏ । ତେଣୁ ବିଦ୍ୟାଳୟ ପାଠ୍ୟକ୍ରମରେ ଖେଳ ଏକ ଅଭିନ୍ନ ଅଙ୍ଗ ବୋଲି ଗୋଳନ୍ଥରା ଥାନାଧିକାରୀ ବାବୁଲି ନାଇକ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। । ଏହି ଅବସରରେ ଉଚ୍ଚଡ଼ିଆଁ, ଲମ୍ବଡ଼ିଆଁ, ୧୦୦ମିଟର ଦୈାଡ଼, ଅଖାଡ଼ିଆଁ, ଗୋଡ଼ଫିଙ୍ଗା ଆଦି ବିଭିନ୍ନ ପ୍ରତିଯୋଗୀତାରେ ୨ଶହ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ।ଏହି କ୍ରୀଡ଼ା ୩ଦିନ ଧରି ଚାଲିବାକୁ ଥିବାବେଳେ, ପ୍ରଥମ ଦିନରେ ଜୁନିୟର ସବ ଜୁନିୟରର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟା ତଥା ବିଦ୍ୟାମନ୍ଦିରର ସଂପାଦକ ବିଘ୍ନରାଜ ଜେନା,ଖେଳ ଶିକ୍ଷକ ପ୍ରଦୀପ କୁମାର ପାତ୍ର, ଗୁରୁମା ବିଦ୍ୟୁତ ପ୍ରଭା ମହାରଣା,ଅଶ୍ୱିନୀ କୁମାର ବାଡତ୍ୟା ଖେଳ ପରିଚାଳନା କରୁଥିବା ବେଳେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Advertisement